PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ସିବିଆଇ ଏବେ ରାଜନୈତିକ ଅସ୍ତ୍ର: ଭର୍ତ୍ତୃହରି

source:http://www.pragativadi.com

ଭୁବନେଶ୍ୱର,୪ ।୨(ବ୍ୟୁରୋ): ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ମୁହାଁମୁହିଁ ହୋଇଥିଲା ବେଳେ ଏ ପ୍ରସଙ୍ଗରେ ସଂସଦ ସୋମବାର କମ୍ପିଥିଲା । ସଂସଦରେ ବିଜେଡି ସାଂସଦ ଏନେଇ କେନ୍ଦ୍ରକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ଭର୍ତ୍ତୃହରି ଆଲୋଚନାରେ ଅଂଶଗ୍ରହଣ କରି କହିଲେ,ସିବିଆଇ ଏବେ ରାଜନୈତିକ ଅସ୍ତ୍ର ପାଲଟିଛି । ସିବିଆଇର ବିଶ୍ୱସନୀୟତା ସଂକଟ ଦେଖାଦେଇଛି । କୋଲକତାରେ ଯେଉଁ ଘଟଣା ଘଟିଲା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମଧ୍ୟ ହୋଇଥିଲା । ବିଜେଡି ମୁଖ୍ୟଙ୍କୁ ବଦନାମ କରିବାକୁ ସିବିଆଇ ରାଜନନେତିକ ଚାପରେ କାମ କରିଥିଲା । ଏପରିକି ଜଣେ ଜଜଙ୍କ ଘରେ ସିବିଆଇ ପଶିବା ଭଳି ଅଦ୍ଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା । ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ପେସାଦାରୀ ମନୋଭାବ ଦେଖିବାକୁ ମିଳୁନି ।
ଶ୍ରୀ ମହତାବ କହିଲେ,ସିବିଆଇ ତଦନ୍ତରେ କାହାର ଆପତ୍ତି ନାହିଁ । କିନ୍ତୁ ଜଣେ କମିଶନରଙ୍କ ଘରେ ଯେଉଁ ଢଙ୍ଗରେ ସିବିଆଇଣ ୪୦ ଜଣ ଅଧିକାରୀ ପଶିଲେ ତାହା ଗ୍ରହଣୀୟ ନୁହେଁ । ସିବିଆଇର ନିରପେକ୍ଷତା ଓ ସ୍ୱଛତା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଠିକ୍‌ ନୁହେଁ । କେନ୍ଦ୍ର ଏ ମାମଲାରେ ହସ୍ତକ୍ଷେପ କରିବାକୁ ଭର୍ତ୍ତୃହରି ଦାବି କରିଛନ୍ତି ।
ଭୁବନେଶ୍ୱରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସିବିଆଇ ଭଳି ସଂସ୍ଥାର ବିଶ୍ୱସନୀୟତା ସବୁଠାରୁ ଉଧ୍ୱର୍ରେ । ନିର୍ବାଚନ ପୂର୍ବରୁ ସିବିଆଇ ଓଡ଼ିଶାରେ ଯେଉଁଭଳି ଭାବରେ ଅଣପେସାଦାରଭାବେ କାମ କରୁଛି,ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପଛରେ ରାଜନୈତିକ ଚାପ ରହୁଥିବା ସ୍ପଷ୍ଟ ହେଉଛି । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରଏଭଳି ମନୋଭାବ ଆଦୌ ଗ୍ରହଣୀୟ ନୁହେଁ ।

ସମ୍ବନ୍ଧିତ ଖବର