ପ୍ରମୂଖ ଖବର
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର,
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଲକ୍ଷ୍ମୀ ବସ୍‌ ରଙ୍ଗ ପରିବର୍ତ୍ତନର କାରଣ କହିଲେ ମନ୍ତ୍ରୀ, ପୂର୍ବରୁ ଲାଗିଥିଲା ଦଳୀୟ ଚିହ୍ନ

ଭୁବନେଶ୍ୱର, ୧୦/୦୭ : ‘ଲକ୍ଷ୍ମୀ ବସ୍‌’ରେ ରଙ୍ଗ ପରିବର୍ତ୍ତନ ପଛର କାହାଣୀ ବଖାଣିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପୂର୍ବରୁ ଲାଗିଥିବା ରାଜନୈତିକ ଦଳର ଚିହ୍ନ କାଢ଼ିବା ପରେ ଅସୁନ୍ଦର ଦେଖାଦେଖା ଯିବାରୁ ବସ୍‌ର ରଙ୍ଗ ବଦଳା ଯାଇଥିବା ସେ ସୂଚାଇଛନ୍ତି । 

ମଙ୍ଗଳବାର ଶ୍ରୀ ଜେନା କହିଛନ୍ତି, ପୂର୍ବ ସରକାରଙ୍କ ଯୋଜନା ମୁତାବକ କୌଣସି ବି ଲକ୍ଷ୍ମୀ ବସ୍‌ରେ ରଙ୍ଗ ଲାଗିନଥିଲା । ବସ୍‌ ଦୁଇପାଶ୍ୱର୍ରେ ଏକ ରାଜନୈତିକ ଦଳର ଷ୍ଟିକର ଲାଗିଥିଲା । ନିର୍ବାଚନ ପରେ ଷ୍ଟିକର ବାହାର କରି ଦେଇଥାନ୍ତେ । ଯୋଜନା ବି ବନ୍ଦ କରିବା ଚକ୍କରରେ ଥିଲେ । ସରକାର ବଦଳିବା ପରେ ସେହି ଷ୍ଟିକର ସବୁ ବସ୍‌ରୁ ବାହାର କରାଗଲା । କିନ୍ତୁ ବସ୍‌ର ରୂପରେଖ ଅସୁନ୍ଦର ଲାଗିଲା । ତେଣୁ ରଙ୍ଗକୁ ବଦଳାଯାଇଛି । ପୂର୍ବରୁ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ସରକାରୀ ବସ୍‌ରେ ଲାଗୁଥିବା କମଳା ରଙ୍ଗକୁ ଲକ୍ଷ୍ମୀ ବସ୍‌ରେ ବୋଳାଯାଇଛି । ତାକୁ ଯଦି ବିଜେପିର ଦଳୀୟ ରଙ୍ଗ ବୋଲି ଅଭିଯୋଗ ଆଣିବେ, ଆମେ ସ୍ୱାଗତ କରିବୁ । କୌଣସି ଦଳୀୟ ଗନ୍ଧ ଆସିବା ଭଳି ରଙ୍ଗ ବସ୍‌ରେ ବୋଳାଯାଇନି ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ସବୁ ସରକାରୀ ବସ୍‌ରେ ସିସି କ୍ୟାମେରା ଖଞ୍ଜାଯିବ । ଏହାସହ ଭେହିକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲ୍‌ଟିଡି) ଓ ପ୍ୟାନିକ ବଟନ ଲଗାଯିବାର ଯୋଜନା ରହିଛି । ଏନେଇ ବିଭାଗୀୟ ସ୍ତରରେ ଆଲୋଚନା ଚାଲିଛି । ଖୁବ୍‌ଶୀଘ୍ର ସମସ୍ତ ସରକାରୀ ବସ୍‌ରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ସଂଲଗ୍ନ ହେବ । ବିଭିନ୍ନ ଘରୋଇ ବସ୍‌ରେ ମଧ୍ୟ ସିସି କ୍ୟାମେରା ଲାଗିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.