ମହିଳା IPL ପାଇଁ ଫ୍ରାଞ୍ଚାଇଜ୍ ନିଲାମୀ, ଅହମଦାବାଦକୁ ସର୍ବାଧିକ ୧୨୮୯ କୋଟି ଟଙ୍କାରେ କିଣିଲା ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ ୨୫/ ୦୧: ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଫ୍ରାଞ୍ଚାଇଜ୍ ଗୁଡିକର ନିଲାମୀ ପ୍ରକ୍ରିୟା ବୁଧବାର ଶେଷ ହୋଇଛି । ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମହିଳା ଆଇପିଏଲ ଖେଳାଯିବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଫ୍ରାଞ୍ଚାଇଜ୍ ଗୁଡିକର ନିଲାମ କରାଯାଇଛି । ମହିଳା ଆଇପିଏଲ (WIPL) ଟିମ୍ ଗୁଡିକୁ ମୋଟ ୪୬୬୯ କୋଟି ଟଙ୍କାରେ କିଣିଛନ୍ତି ୫ଟି ଫ୍ରାଞ୍ଚାଇଜ୍ ।
ମହିଳା ଆଇପିଏଲରେ ଭାଗ ନେଇଥିବା ୫ ସିଟି ହେଉଛନ୍ତି ଅହମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ଲକ୍ଷ୍ନୌ । ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଆଦାନୀ ଗ୍ରୁପ୍ ସର୍ବାଧିକ ମୂଲ୍ୟରେ ଗୋଟିଏ ଟିମ୍ କିଣିଛି । ଆଦାନୀ ସ୍ପୋର୍ଟସ୍ଲାଇନ୍ ସର୍ବାଧିକ ୧୨୮୯ କୋଟି ଟଙ୍କାରେ ଅହମଦାବାଦ ଟିମ୍କୁ କିଣିଛି ।
ସେହିଭଳି ଇଣ୍ଡିଆଓ୍ବିନ୍ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୯୧୨.୯୯ କୋଟି ଟଙ୍କାରେ ମୁମ୍ବାଇ ଟିମ୍କୁ କିଣିଥିବା ବେଳେ, ବେଙ୍ଗାଲୁରୁ ପୁରୁଷ ଟିମ୍ ଆରସିବିକୁ କିଣିଥିବା ରୟାଲ ଚ୍ୟାଲେଞ୍ଜର୍ସ ଗ୍ରୁପ୍ ୯୦୧ କୋଟି ଟଙ୍କାରେ ମହିଳା ଦଳକୁ କିଣିଛି । ଦିଲ୍ଲୀ ଫ୍ରାଞ୍ଚାଇଜ୍ କ୍ଷେତ୍ରରେ ମଧ୍ୟ ସମାନ ସଂସ୍ଥା କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ କିଣିଥିବା JSW ଗ୍ରୁପ୍ ୮୧୦ କୋଟି ଟଙ୍କାରେ ଦିଲ୍ଲୀ ମହିଳା ଟିମ୍କୁ କିଣିଛି । ଶେଷ ଦଳ ଭାବେ କାପ୍ରି ଗ୍ଲୋବାଲ୍ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ପ୍ରାଞ୍ଚାଇଜ୍ ହାତେଇବାକୁ ସକ୍ଷମ ହୋଇଛି ।
𝐁𝐂𝐂𝐈 𝐚𝐧𝐧𝐨𝐮𝐧𝐜𝐞𝐬 𝐭𝐡𝐞 𝐬𝐮𝐜𝐜𝐞𝐬𝐬𝐟𝐮𝐥 𝐛𝐢𝐝𝐝𝐞𝐫𝐬 𝐟𝐨𝐫 𝐖𝐨𝐦𝐞𝐧’𝐬 𝐏𝐫𝐞𝐦𝐢𝐞𝐫 𝐋𝐞𝐚𝐠𝐮𝐞.
— BCCI (@BCCI) January 25, 2023
The combined bid valuation is INR 4669.99 Cr
A look at the Five franchises with ownership rights for #WPL pic.twitter.com/ryF7W1BvHH