ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଝିଅ କବିତାଙ୍କୁ ଇଡି ମାମଲାରୁ ରକ୍ଷା କରିବାକୁ ବିଜେପି ନେତାଙ୍କୁ ଗିରଫ କରାଇବାକୁ ଚାହୁଁଥିଲେ କେସିଆର’

Image Courtesy: indiatoday

ନୂଆଦିଲ୍ଲୀ: ତେଲେଙ୍ଗାନାର ଫୋନ୍‌ ଟ୍ୟାପିଂ ମାମଲାରେ ଗିରଫ ଜଣେ ପୂର୍ବତନ ପୋଲିସ ଅଧିକାରୀ ବିସ୍ଫୋରକ ଖୁଲାସା କରିଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ୍ ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ନିଜ ଝିଅ କେ.କବିତାଙ୍କୁ ଇଡି ମାମଲାରେ ବଞ୍ଚାଇବା ପାଇଁ ବିଜେପି ସହ ବୁଝାମଣା କରିବାକୁ ଚାହୁଁଥିଲେ । ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଡିସିପି ପି.ରାଧା କିଷନ ରାଓ ନିଜ ସ୍ବୀକାରୋକ୍ତିରେ ଏଭଳି ଖୁଲାସା କରିଛନ୍ତି । 

ସେ କହିଛନ୍ତି  ଯେ, ‘ପେଡ୍ଡାୟାନା’ (ଚନ୍ଦ୍ରଶେଖର ରାଓ) ନିଜ ପାର୍ଟିର ବିଧାୟକଙ୍କୁ କଥିତ ଭାବେ କିଣିବାକୁ ପ୍ରୟାସ କରିବା ମାମଲାରେ ବିଜେପି ରାଷ୍ଟ୍ରୀୟ ମହାସଚିବ ବିଏଲ୍ ସନ୍ତୋଷଙ୍କୁ ଗିରଫ କରାଇବାକୁ ଚାହୁଁଥିଲେ । ଏସଆଇଟି ଗଠନ କରାଯାଇଥିଲା ଏବଂ ସେକିଆର ମାମଲାକୁ ମଜଭୁତ କରିବା ପାଇଁ ବରିଷ୍ଠ ବିଜେପି ନେତା ସନ୍ତୋଷଙ୍କ ଗିରଫଦାରୀ ଚାହୁଁଥିଲେ । ଆଉ ଏହା ଦ୍ବାରା ସେ ବିଜେପି ସହ ବୁଝାମଣା କରିଥାନ୍ତେ । ଏହାକୁ କେନ୍ଦ୍ର କରି ତାଙ୍କ ଝିଅ କବିତାଙ୍କୁ ଇଡି ମାମଲାରୁ ମୁକ୍ତ କରିଥାନ୍ତେ ।'

ସେ ଆହୁରି କହିଛନ୍ତି ଯେ, 'କିଛି ପୋଲିସ ଅଧିକାରୀଙ୍କ ଅପାରଗତା କାରଣରୁ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ପୋଲିସ ହାତରୁ ବଞ୍ଚିଗଲେ ଏବଂ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହା ପରେ କୋର୍ଟ ଗିରଫ ନକରିବା ପାଇଁ ଆଦେଶ ଜାରି କରିଥିଲେ । ଏସଆଇଟି ହାତରୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।' ରାଧା କିଶନ ରାଓଙ୍କ ବୟାନ ଅନୁସାରେ ଯୋଜନା ଅନୁସାରେ କାମ ପୂରା ହୋଇ ନଥିବାରୁ କେସିଆର ଅଧିକ ରାଗି ଯାଇଥିଲେ । 

ଅନ୍ୟପଟେ ମାମଲାରେ ଅଧିକ କିଛି ଖୁଲାସା କରିପାରିବେ ନାହିଁ ବୋଲି ପୂର୍ବତନ ଡିସିପି କହିଛନ୍ତି । କାରଣ ତାଙ୍କ ପାଇଁ ପେଡ୍ଡାୟାନା(କେସିଆର) ଅନେକ ଉପକାର ରହିଛି । ପୂର୍ବତନ ଡିସିପିଙ୍କୁ ଫୋନ୍ ଟ୍ୟାପିଂ ଏବଂ ଅନ୍ୟ କମ୍ପ୍ୟୁଟର ସିଷ୍ଟମରୁ ଅଫିସିଆଲ୍ ଡାଟା ନଷ୍ଟ କରିବା ମାମଲାରେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା ।  ସେପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚରେ କେ. କବିତାଙ୍କୁ ଇଡି ଗିରଫ କରିଥିଲା । 

 

  • telengana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.