ନୂଆଦିଲ୍ଲୀ,୯/୬ : ଜୀବିତ ଥିଲେ ମା’ । ମାତ୍ର ପୁଅମାନେ ତାଙ୍କର ନିଖୋଜ ପରେ ତାଙ୍କର କ୍ରିୟାକ୍ରମ କରି ଦେଇଥିଲେ । ହେଲେ ୧୨ବର୍ଷ ପରେ ଜାଣିବାକୁ ପାଇଲେ କି ମା’ ବଞ୍ଚିଛନ୍ତି । ଏଭଳି ଏକ ଘଟଣା ନଜରକୁ ଆସିଛି ଉତ୍ତରପ୍ରଦେଶରେ ବିଜନୌରର ଶାହଜାଦପୁରର ଅଞ୍ଚଳରୁ । ଜଣେ ବୃଦ୍ଧ ମହିଳା ନିଜ ପରିବାରଠାରୁ ପ୍ରାୟ ୧୨ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିଲେ । ମହିଳାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ ପରିବାର ଲୋକେ । ପରିବାର ଲୋକେ ମହିଳାଙ୍କୁ ମୃତ ଭାବି କ୍ରିୟାକ୍ରମ କରିଦେଇଥିଲେ । କିନ୍ତୁ ସେ ଅଚାନକ ଜୀବିତ ମିଳିଯାଇଛନ୍ତି । ତାଙ୍କର ଠିକଣା ମିଳିବା ପରେ ପରିବାର ଲୋକେ ଭାବୁକ ହୋଇଗଲେ ଏବଂ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ସୂଚନା ମୁତାବକ, ଶାହଜାଦପୁରରେ ରହୁଥିବା ରାଜେ ଦେବୀ ୨୦୧୪ରେ ଅଚାନକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ କହିଥିଲେ କି ଏହି ସମୟରେ ରାଜେ ଦେବୀଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା । ଘରୁ ବାହାରିବା ପରେ ସେ କେଉଁ ଆଡ଼େ ଚାଲି ଯାଇଥିଲେ ଏହାର କୌଣସି ଠିକଣା ମିଳିନଥିଲା । ପରିବାର ଲୋକେ ସବୁ ପ୍ରକାରର ପ୍ରୟାସ କରିଥିଲେ । ପୋଲିସରେ ଅଭିଯୋଗ କରିଥିଲେ । ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ, କିନ୍ତୁ କୌଣସି ସୂଚନା ମିଳିପାରିନଥିଲା ।
ମାତ୍ର ରୋଜେ ଦେବୀ ନିଖୋଜ ହେବା ପରେ ପରିବାର ଲୋକେ କେତେକ ଦିନ ପର୍ଯ୍ୟନ୍ତ ସେହି ଆଶାରେ ରହିଥିଲେ କି ପ୍ରାୟ ସେ ଫେରିଆସିବେ । କିନ୍ତୁ ବହୁ ବର୍ଷ ଚାଲିଯାଇଥିଲା । କୌଣସି ସୁରାକ୍ ମିଳିପାରି ନ ଥିଲା । ଧିରେ ଧିରେ ପରିବାର ଲୋକେ ବି ମାନି ନେଇଥିଲେ ଏବେ ସେ ଏ ଦୁନିଆରେ ନାହାନ୍ତି । ୪ମଇ ୨୦୨୬ରେ ହରିଆଣାର ଅମ୍ବାଲାରେ ପୋଲିସକୁ ଏକ ମହିଳା ମିଳିଥିଲେ । ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା । ଏହି ସମୟରେ ସେ ନିଜ ପରିଚୟ କହିବା ସ୍ଥିତିରେ ନ ଥିଲେ । ପୋଲିସ ସେହି ୟମୁନାନଗରର ସରସ୍ବତୀ ନଗର ସ୍ଥିତ ‘ନି ଆସରେ ଦା ଆସରା’ ଆଶ୍ରମରେ ପହଞ୍ଚାଇଥିଲା । ସେଠାରେ ଚକିତ୍ସା ଏବଂ କାଉନସିଂଲି ସମୟରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ଧିରେ ଧିରେ ତାଙ୍କ ସ୍ମୃତିଶକ୍ତି ଫେରି ଆସିଥିଲା । ସେ ନିଜ ପରିବାର ବିଷୟରେ କିଛି ସୂଚନା ଦେଇଥିଲେ ।
ରାଜେ ଦେବୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ପରେ ଆଶ୍ରମର ପରିଚାଳକ ଗାଁର ମୁଖିଆଙ୍କ ମାଧ୍ୟମରେ ରାଜେ ଦେବୀଙ୍କ ପରିବାର ପାଖରେ ପହଞ୍ଚିଥିଲେ । ଯେତେବେଳେ ଭିଡ଼ିଓ କଲରେ ପୁଅମାନେ ମା’ଙ୍କୁ ଦେଖିଥିଲେ କିଛି ସମୟ ପର୍ଯ୍ୟନ୍ତ ସ୍ତବ୍ଧ ପାଲଟି ଯାଇଥିଲେ । ସେ ବିଶ୍ବାସ କରି ପାରି ନ ଥିଲେ କି ୧୨ବର୍ଷ ପୂର୍ବରୁ ନିଖୋଜ ହୋଇଥିବା ମା’ ଆଜି ଜୀବିତ ଅଛନ୍ତି । ପରେ ପୁଅମାନେ ସେଠାକୁ ଯାଇ ମା’ଙ୍କୁ ଆଣିଥିଲେ।