ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୭ରେ ଜଗତସିଂହପୁରରେ ପ୍ରଚାର କରିବେ ସୁପ୍ରିମୋ, ୨୩ରେ ନାଉଗାଁରେ ରୋଡ୍‌ ସୋ’ କରିବେ କାର୍ତ୍ତିକ ପାଣ୍ଡିଆନ୍‌

ଜଗତସିଂହପୁର,୧୪/୦୫: ବିଜେଡି  ପ୍ରାର୍ଥୀଙ୍କ ପାଇଁ ଜଗତସିଂହପୁରକୁ ପ୍ରଚାରରେ ଆସୁଛନ୍ତି ଦଳପତି ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି. କେ.  ପାଣ୍ଡିଆନ୍‌ । ଜିଲ୍ଲା ବିଜେଡିର ବରିଷ୍ଠ  ଉପସଭାପତି ଦୀପ୍ତି ଦାସଙ୍କ ସୂଚନା  ମୁତାବକ, ଆସନ୍ତା ୨୩ ତାରିଖରେ ୫-ଟି  ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ଙ୍କ ନାଉଗାଁ  ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଉକ୍ତ  ଦିନ ଏକ ବିଶାଳ ରୋଡ୍‌ ସୋ’ ନାଉଗାଁ ବ୍ଲକରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ  ଆକର୍ଷଣ ଭାବେ ଶ୍ରୀ ପାଣ୍ଡିଆନ୍‌ ଯୋଗ  ଦେଇ ଦଳୀୟ କର୍ମୀମାନଙ୍କ ମନୋବଳ  ବଢାଇବେ । ତତ୍‌ସହିତ ଜଗତସିଂହପୁର ବିଧାନସଭା ଆସନର ବିଜେଡି ବିଧାୟକ  ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସପକ୍ଷରେ  ପ୍ରଚାର କରିବେ । ଅନୁରୂପ ଭାବେ  ଆସନ୍ତା ୨୭ରେ ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଜଗତସିଂହପୁରରେ ପାଦ  ରଖିବେ । ସେଦିନ ଜଗତସିଂହପୁର  ସଦର ମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ  ଷ୍ଟାଡ଼ିୟମରେ ଆୟୋଜିତ ଏକ ସାଧାରଣ  ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା  ସହ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ । 

ବର୍ତ୍ତମାନ ସମୟରେ  ଜଗତସିଂହପୁର ନିର୍ବାଚନମଣ୍ଡଳୀ  ରାଜନୀତି ଘମାଘୋଟ ସ୍ତରରେ ଉପନୀତ  ହୋଇସାରିଛି । ମୁଖ୍ୟତଃ ବିଜେପି ଓ  ବିଜେଡି ଭିତରେ ବଡ଼ ଲଢେଇରେ  ସଙ୍କେତ ମିଳିଯାଇଛି । ସୋସିଆଲ  ମିଡିଆରେ ଉଭୟ ଦଳର ସମର୍ଥକମାନେ  ମୁହାଁମୁହିଁ ସ୍ତରକୁ ଚାଲି ଆସିଛନ୍ତି ।  ଏବେ ବି ନିର୍ବାଚନମଣ୍ଡଳୀରେ ଅସନ୍ତୁଷ୍ଟ  ବିଜେଡି ଗୋଷ୍ଠୀ ନିଜ ଆଣ୍ଟପଣ  ସହ ରହିଛନ୍ତି । ଏମାନଙ୍କ ଭିତରେ  ଅନେକ ବିଜେପି ବିଧାୟକ ପ୍ରାର୍ଥୀ  ଅମରେନ୍ଦ୍ର ଦାସଙ୍କ ପ୍ରତି ସମର୍ଥନ ଜଣାଇ  ସାରିଲେଣି । ଯେହେତୁ ଅମରେନ୍ଦ୍ରଙ୍କ  ରାଜନୈତିକ ଇନିଂସ ବିଜେଡିରୁ  ଆରମ୍ଭ ହୋଇଥିଲା ସେଇ କାରଣରୁ  ଅନେକ ମାତ୍ରାରେ ବିଜେଡି ଓ ଅସନ୍ତୁଷ୍ଟ  ବିଜେଡି କର୍ମୀ ଏବେ ଦୋଛକିରେ ଛିଡ଼ା  ହୋଇଛନ୍ତି । କିନ୍ତୁ ଅଧିକ ଯୁବ-ଛାତ୍ର  ସଂଗଠନ ମନକୁ ଦୃଢ କରି ବର୍ତ୍ତମାନ  ସମୟରେ ବିଜେପି ପଟକୁ ଢଳି  ପଡ଼ିଥିବା ଲକ୍ଷ୍ୟ କରାଯାଇଛି । ସମ୍ଭବତଃ  ଏସବୁ ରାଜନୈତିକ ଗଣିତ ବିଜେଡିକୁ  ଘାଇଲା କରିବା ପୂର୍ବରୁ ଆସନ୍ତା ୨୩ରେ  ଭି. କେ ପାଣ୍ଡିଆନ୍‌ ବିଧାୟକ ପ୍ରାର୍ଥୀ  ଶ୍ରୀ ମୁଦୁଲିଙ୍କ ସପକ୍ଷରେ ପ୍ରଚାର ମଙ୍ଗ  ସମ୍ଭାଳିବାକୁ ନାଉଗାଁରେ ରୋଡ୍‌ ସୋ’  କରିବାକୁ ଯାଉଥିବା ଚର୍ଚ୍ଚାର ପରିଧିକୁ  ଆସିଛି । ଏପଟେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନଥିଲେ ସୁଦ୍ଧା ଜଗତସିଂହପୁରକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ  ଅମିତ ଶାହା, ରାଜନାଥ ସିଂଙ୍କ ଭଳି  ହେଭିୱେଟ୍‌ଙ୍କ ଗସ୍ତ ଥିବା ବିଜେପି  ଶିବିରରୁ କୁହାଯାଇଛି । ଅର୍ଥାତ ଜିଲ୍ଲାର  ଅନ୍ୟ ୩ ନିର୍ବାଚନମଣ୍ଡଳୀ ଅପେକ୍ଷା  ଜଗତସିଂହପୁରରେ ୨୦୨୪ ସାଧାରଣ  ନିର୍ବାଚନ ନିଶ୍ଚିତପକ୍ଷେ ଦମ୍‌ଦାର  ରହିବ ବୋଲି ଅନୁମାନ କରାଯାଉଛି ।

  • PrameyaOdia
  • prameya
  • naveen patnaik
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.