ଆଠଗଡ,୧୪।୫ : ଖୁଣ୍ଟୁନି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ। ଉଭୟ ପକ୍ଷରୁ ଢେଲା ପଥର ମାଡ଼ । ଅତିରିକ୍ତ ଏସପିଙ୍କ ଉପସ୍ଥିତରେ ଢେଲା ପଥର ମାଡ଼ । ବିଜେଡି କର୍ମୀ ଙ୍କ ଆଠରୁ ଉର୍ଦ୍ଧ୍ବ ଗାଡି ଭାଙ୍ଗିଲେ ।
ଘଟଣାରୁ ପ୍ରକାଶ ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ୩ ନମ୍ୱର୍ ଜୋନ ଅନନ୍ତପୁର ଗ୍ରାମରେ ବିଜେପି ରାଲିକୁ ବିଜେଡ଼ି କର୍ମୀ ବିରୋଧ ନେଇ ଖୁଣ୍ଟୁଣି ଥାନାରେ ଦେଇଥିଲେ ଧାରଣା ।ଅନ୍ୟ ପଟେ ଗାଁ ଭିତରେ ପଶି ବିଜେପି କର୍ମୀ ଆକ୍ରମଣକୁ ନେଇ ବିଜେଡ଼ି ପକ୍ଷରୁ ଶତାଧିକ ଲୋକେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ ଦାବିରେ ଘଣ୍ଟିଖାଲ ଫାଣ୍ଡି ଆଗରେ ଧାରଣା ଦେଇଥିଲେ । ଖୁଣ୍ଟୁଣୀ ଥାନାରେ କଟକ ଜିଲ୍ଲାର ଅତିରିକ୍ତ ଏସ୍ପି ପହଞ୍ଚି ବିଜେପି ନେତା ଓ କର୍ମୀ ଙ୍କୁ ବୁଝା ସୁଝା କଲା ପରେ ଥାନା ବାହାରକୁ ବିଜେପି କର୍ମୀ ଯିବାବେଳେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳର କର୍ମୀ । ଏବେ ଘଟଣା ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।