ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

Image Courtesy: livemint

ନୂଆଦିଲ୍ଲୀ: ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ । ଆଜି ସଂସଦର ରାଜ୍ୟସଭାର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି । ତେବେ ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି । ଚଳିତ ମାସ ଆରମ୍ଭରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ବ ମଧ୍ୟ ମିଳିଛି । ବର୍ତ୍ତମାନ ସେ ରାଜ୍ୟସଭାର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ପୀୟୁଷ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭାର ନେତା ଭାବେ ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି ।

ବିଜେପି ଅଧ୍ୟକ୍ଷ ଭାବରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜାନୁଆରୀରେ ସମାପ୍ତ ହୋଇଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା । ଚଳିତ ମାସ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୬୩ ବର୍ଷୀୟ ନଡ୍ଡା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ଛାତ୍ରା ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ନିଜର ରାଜନୈକିତ ଜୀବନ ଆରମ୍ଭ କରିଥିଲେ ।  ୧୯୯୧ରେ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ହୋଇଥିଲେ ଜେପି ନଡ୍ଡା ।

 ଜେପି ନଡ୍ଡା ମୋଦୀ ୩.୦ ସରକାରରେ ମନ୍ତ୍ରୀ ହେବା ପରେ ବିଜେପି ଏବେ ନୂଆ ଅଧ୍ୟକ୍ଷଙ୍କୁ ଖୋଜୁଛି । ବିଜେପିରେ ଗଣତାନ୍ତ୍ରିକ ଉପାୟରେ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ନିର୍ବାଚନ ହେବାର ପରମ୍ପରା ରହିଛି । ବିଜେପିର ସମ୍ବିଧାନର ଧାରା ୧୯ ଅନୁସାରେ, ପାର୍ଟିର ଅଧ୍ୟକ୍ଷଙ୍କ ନିର୍ବାଚନ ଏକ ମଣ୍ଡଳ କରିଥାଏ । ଏଥିରେ ଜାତୀୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ନେତା ସାମିଲ ହୋଇଥାନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିର୍ଦ୍ଧାରିତ ନିୟମ ଆଧାରରେ ଅଧ୍ୟକ୍ଷ ନିର୍ବାଚିତ ହୁଅନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.