PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସୂର୍ଯ୍ୟ ପାତ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କର: ବିଜେପି

ଭୁବନେଶ୍ବର,12।1(ବୁୟରୋ): ଚାଷୀ ପ୍ରସଙ୍ଗ ନେଇ ବିଜେଡି ସରକାର ବିରୋଧରେ ବର୍ଷିଛି ବିଜେପି। ସିଧାସଳଖ ଟାର୍ଗଟେ କରିଛି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ। ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ କରିବା ସହ ମନ୍ତ୍ରୀ ପଦରୁ ସୂର୍ଯ୍ୟଙ୍କୁ ବହିଷ୍କାର କରିବାକୁ ଦାବି କରିଛି। 24 ଘଣ୍ଟା ଭିତରେ ସୂର୍ଯ୍ୟଙ୍କୁ ମନ୍ତ୍ରିମଣ୍ଡଳରୁ ହଟାନଗଲେ ନବୀନ ନିବାସ ଘେରିବାକୁ ଧମକ ଦେଇଛି ବିଜେପି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ ଧାନର କଳାବଜାରୀ ଚାଲିଛି। ମଣ୍ଡିରେ ଧାନ ପଡ଼ି ରହୁଛି। ଚାଷୀମାନେ ବାହାର ରାଜ୍ୟରେ ଧାନ ବିକ୍ରି କରୁଛନ୍ତି। ଏଭଳି ଖବର ଗଣମାଧ୍ୟମରେ ପ୍ରତିଦିନ ପ୍ରକାଶ ପାଉଛି। ଚାଷୀକୁ ତା’ର ହକ୍ ମିଳୁନି। ହେଲେ ସମବାୟ ମନ୍ତ୍ରୀ ଏକଥାକୁ ମାନିବାକୁ ନାରାଜ। ଓଲଟି ଯୁକ୍ତି ବାଢୁଛନ୍ତି, ଯଦି ଚାଷୀକୁ ଉଚିତ୍ ପ୍ରାପ୍ୟ ମିଳୁନଥିବା କେହି ପ୍ରମାଣ କରିଦେବେ, ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ। ଧାନର କଳାବଜାରୀ, ଚାଷୀ ହନ୍ତସନ୍ତର ସମସ୍ତ ପ୍ରମାଣ ସର୍ବସମ୍ମୁଖରେ ପଡ଼ି ରହିଛି। ଏଭଳି ସ୍ଥିତିରେ ମନ୍ତ୍ରୀ ପ୍ରମାଣ ଖୋଜିବା ଦୁର୍ଭ।ଗ୍ୟଜନକ। ଚାଷୀ ହନ୍ତସନ୍ତ ପ୍ରସଙ୍ଗ ବିଧାନସଭାରେ ଉଠିଛି । ମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦେଇଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ପ୍ରମାଣ ଖୋଜିବା ଦିନ ଦି’ପହରେ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଇବା ସଦୃଶ।
ସମୀର କହିଛନ୍ତି, ବିଜେଡି ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଆଜି ଚାଷୀକୂଳ ହତାଶ। ଚାଷୀ ତାର ହକ୍ ମାଗିଲେ ଶାସକ ଦଳ ଗୁଣ୍ଡାବାହିନୀଙ୍କୁ ଲଗାଇ ମାଡ଼ ମାରୁଛି । ଗଞ୍ଜାମ ଜିଲ୍ଲାର ଖଲିକୋଟରେ ଧାନର ଉଚିତ୍ ମୂଲ୍ୟ ମାଗିବାରୁ ଜଣେ ଚାଷୀଙ୍କୁ ବିଜେଡି ନେତା ତଥା ତାଙ୍କ ଗୁଣ୍ଡାବାହିନୀ ଆକ୍ରମଣ କଲେ। ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ସତ୍ତ୍ବେ ପୁଲିସ କିଛି କାର୍ଯ୍ୟ।ନୁଷ୍ଠାନ ନେଲାନି। ଏଭଳି ସ୍ଥିତିରେ ସମବାୟ ମନ୍ତ୍ରୀ ଯେଉ ବିତଣ୍ଡା ଯୁକ୍ତି କରିଛନ୍ତି, ତାହା ଦୁର୍ଭ।ଗ୍ୟଜନକ। ଏପରି ମନ୍ତ୍ରୀଙ୍କୁ 24 ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଦରକାର। ନଚେତ୍ ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେବ। ନବୀନ ନିବାସ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।