ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି

ନୁଆଦିଲ୍ଲୀ ୧୭/୬: ବିଜେପି ସଂସଦୀୟ ବୋର୍ଡ ବୈଠକରେ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ପାର୍ଟିର କାର୍ଯ୍ଯକାରୀ ଅଧ୍ଯକ୍ଷ ଭାବେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜେପି ନଡ୍ଡାଙ୍କ ବିଜେପି କାର୍ୟ୍ୟକାରୀ ଅଧ୍ଯକ୍ଷ ରୂପେ ନିଯୁକ୍ତି ପରେ ମୋଦି ସରକାର ଡିଫେନ୍ସ ମିନିଷ୍ଟର ରାଜନାଥ ସିଂହ ମିଡିଆକୁ ଏନେଇ ସୂଚନା ଦେଇଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଜେ ପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ଯକ୍ଷ ବନାଇବା ପାଇଁ ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ତେବେ ସୂଚନା ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହ ଡିସେମ୍ବର ପର୍ଯ୍ଯନ୍ତ ବିଜେପି ଅଧ୍ଯକ୍ଷ ପଦରେ ରହିବେ ।
Delhi: Senior BJP leaders present bouquets to JP Nadda at the BJP Parliamentary Board meeting being held at the BJP headquarters. pic.twitter.com/sgvmAx2tym
— ANI (@ANI) June 17, 2019
ରାଜନାଥ ସିଂହ କହିଛନ୍ତି ଯେ ବିଜେପି, ଅମିତ ଶାହଙ୍କ ନେତୃତ୍ୱରେ ଅନେକ ନିର୍ବାଚନ ଜିତିଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୃହ ମନ୍ତ୍ରାଳୟର କାର୍ଯ୍ଯଭାର ମିଳିବା ପରେ ଅମିତ ଶାହ ନିଜେ କହିଥିଲେ ଯେ ବିଜେପି ଅଧ୍ଯକ୍ଷ ପଦର ଦାୟିତ୍ୱ ଅନ୍ଯ କାହାକୁ ଦିଆଯିବା ଉଚିତ୍ । ରାଜନାଥ କହିଛନ୍ତି ଯେ ବିଜେପି ସଂସଦୀୟ ବୋର୍ଡ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ଯକ୍ଷ ଭାବେ ଚୟନ କରିଛି ।