ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି, ସର୍ଭିସ୍ ସେଣ୍ଟର ନେଇ ଯାଇଥିଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫/୦୩: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି ହୋଇ ଯାଇଛି । କୁହାଯାଉଛି, ଡ୍ରାଇଭର କାର୍ ସର୍ଭିସ୍ ଲାଗି ଦିଲ୍ଲୀର ଗୋବିନ୍ଦପୁରୀ ଯାଇଥିଲେ । ମାର୍ଚ୍ଚ ୧୯ରେ ସର୍ଭିସ୍ ସେଣ୍ଟରରୁ ହିଁ ପର୍ଚ୍ୟୁନର କାର୍ ଚୋରି ହୋଇଛି । ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ଏତଲା ରୁଜୁ କରି କାର୍ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲଗାତାର ଗାଡ଼ି ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ, ଦିଲ୍ଲୀ-ଏନସିଆରରେ ପ୍ରତି ୧୪ ମିନିଟରେ ଗୋଟିଏ ଗାଡ଼ି ଚୋରି ହେଉଛି । ୨୦୨୨ ଓ ୨୦୨୩ ମଧ୍ୟରେ ଦେଶରେ ଗାଡ଼ି ଚୋରି ଘଟଣା ୨.୫ ଗୁଣ ବଢ଼ିଥିବା ଏସକେଓ ରିପୋର୍ଟରେ କୁହାଯାଇଛି । 

ଏହା ଛଡ଼ା କେଉଁ କାର ଚୋରି ପାଇଁ ଡକାୟତ ଅଧିକ ନଜର ରଖିଛନ୍ତି ଉକ୍ତ ରିପୋର୍ଟରେ ତାର ଖୁଲାସା ହୋଇଥିଲା । କେଉଁ ସହରର କେଉଁ ସ୍ଥାନ ଗାଡ଼ି ଚୋରିରର ହଟସ୍ପଟ୍ ତାହା ମଧ୍ୟ ରିପୋର୍ଟରେ ରହିଛି । ଦିଲ୍ଲୀ-ଏନସିଆରରେ ପ୍ରତି ୧୪ ମିନିଟରେ ଗୋଟିଏ ଗାଡ଼ି ଚୋରି ହେଉଛି । ୨୦୨୩ ମସିହାରେ ହାରାହାରି ପ୍ରତିଦିନ ଗାଡ଼ି ଚୋରି ନେଇ ପ୍ରାୟ ୧୦୫ଟି ମାମଲା ରୁଜୁ ହେଉଛି । 

ଅଧିକାଂଶ ଗାଡ଼ି ଚୋରି ମଙ୍ଗଳବାର, ରବିବାର ଓ ଗୁରୁବାର ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ଦିଲ୍ଲୀ-ଏନସିଆରର ଲୋକଙ୍କୁ ଏହି ୩ ଦିନ ବେଶ୍ ସଜାଗ ରହିବାକୁ ପଡ଼ୁଛି । ତେବେ ଏହି ୩ ଦିନ ସର୍ବାଧିକ ଗାଡ଼ି କାହିଁକି ଚୋରି ହେଉଛି ତାହା ଜଣାପଡ଼ି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.