ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ବିଶ୍ୱ ଦରବାରରେ ଚମକିଲେ ଦୁଇ ଓଡ଼ିଆ ପୁଅ, ମୂତ୍ରାଶୟ କର୍କଟ ପାଇଁ ଔଷଧ ଉଦ୍ଭାବନ

ଭୁବନେଶ୍ୱର,୨୨/୦୯: ମୂତ୍ରାଶୟ  କର୍କଟ ଚିକିତ୍ସା କ୍ଷେତ୍ରରେ ବିଶ୍ୱ ଦରବାରରେ  ପୁଣି ଓଡ଼ିଶାକୁ ଗର୍ବିତ କରିଛନ୍ତି ଦୁଇ ଓଡ଼ିଆ  ପୁଅ । ଆମେରିକାରେ କାର୍ଯ୍ୟରତ ଯୁବ  ବୈଜ୍ଞାନିକ ଡା. ଆର୍ଯ୍ୟମାଭ ପଟ୍ଟନାୟକ  ଓ ଡା. ଶୁଭ୍ରାଂଶୁ ଶେଖର ସାହୁଙ୍କ  ଗବେଷଣାତ୍ମକ ସନ୍ଦର୍ଭ ଖାତନାମା ବିଜ୍ଞାନ  ପତ୍ରିକା ‘ନେଚର୍‌ କମ୍ୟୁନିକେସନ’ରେ  ପ୍ରକାଶ ପାଇଛି । ମୂଷା ଓ କୁକୁରଙ୍କଠାରେ  ସଫଳ ପରୀକ୍ଷଣ ପରେ ଏହା ଏବେ  ମନୁଷ୍ୟ ପରୀକ୍ଷଣ ଅପେକ୍ଷାରେ ଅଛି ।  

ବୈଜ୍ଞାନିକ ଡା. ଆର୍ଯ୍ୟମାଭ ପଟ୍ଟନାୟକ  ‘ପ୍ରମେୟ’କୁ କହିଛନ୍ତି, ଆମେରିକାର  ନାସ୍‌ନାଲ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନ୍‌ସରରୁ  ମିଳିଥିବା ଡାଟାକୁ ନେଇ ଗବେଷଣା  ଜାରି ରହିଛି । କର୍କଟରେ ମୃତ ଏବଂ  କର୍କଟ ଉପରେ ବିଜୟ ହାସଲ କରିଥିବା  ରୋଗୀଙ୍କ ଜୀବକୋଷକୁ ନେଇ ଗବେଷଣା  କରାଯାଇଥିଲା । ସେଥିରୁ କିଛି ଜିନ୍‌  ସଂପର୍କରେ ତଥ୍ୟ ମିଳିଥିଲା । ଟ୍ୟୁମର  ହେଲେ ଏହି ଜିନ୍‌ ଅନ୍ୟ କୋଷକୁ ସଙ୍କେତ  ଦେଇଥାଏ । ଶରୀରରେ ଏହି ଜିନ୍‌ର  ସକ୍ରିୟତା କର୍କଟକୁ ପ୍ରତିହତ କରିଥାଏ ।  ତେଣୁ ଏହି ଜିନକୁ ସକ୍ରିୟ କରିବାକୁ  ପ୍ରସ୍ତୁତ ଔଷଧ ଉପରେ ପ୍ରାରମ୍ଭିକ ସଫଳତା  ମିଳିଛି । ଏହାକୁ ୟୁଏସ୍‌ ଫୁଡ୍‌ ଆଣ୍ଡ ଡ୍ରଗ୍‌  ଆଡମିନିଷ୍ଟ୍ରେସନ୍‌ (ଏଫ୍‌ଡିଏ) ସ୍ୱୀକୃତି  ଦେଇଛି ।

 ଖୁବ୍‌ ଶୀଘ୍ର ଏହାକୁ ମଣିଷ  ଦେହରେ ପ୍ରୟୋଗ କରାଯିବ । ବରିଷ୍ଠ  ବୈଜ୍ଞାନିକ ଡା. ମାଜିଦ କାଜେମିଆଁଙ୍କ  ନେତୃତ୍ୱରେ ଗବେଷଣା ଚାଲିଛି। ଡା.  ପଟ୍ଟନାୟକଙ୍କ ଘର କଟକ ଜିଲ୍ଲାର  ବାଙ୍କୀରେ । ସେ ଭୀମଟାଙ୍ଗୀ ସରସ୍ୱତୀ  ବିଦ୍ୟାମନ୍ଦିର ଓ ଓୟୁଏଟିରୁ ଶିକ୍ଷା ଲାଭ ପରେ ଆମେରିକାର ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କାରେ  ଭୂତାଣୁ ସମ୍ବନ୍ଧ ରୋଗ ପ୍ରତିଷେଧକ ଟିକା ଓ  ଔଷଧ ଉପରେ ପିଏଚ୍‌ଡି ପାଇଛନ୍ତି । ଏବେ  ଡା. ପଟ୍ଟନାୟକ ଇଣ୍ଡିଆନା ୟୁନିଭର୍ସିଟିର  ସ୍କୁଲ ଅଫ୍‌ ମେଡିସିନରେ କାର୍ଯ୍ୟରତ ।  ସେହିପରି ଢେଙ୍କାନାଳ ଜିଲ୍ଲା କହେଁଇପାଳ  ଗାଁରବୈଜ୍ଞାନିକ ଡା. ସାହୁ ଭୁବନେଶ୍ୱର  ନାଇଜରରୁ ପିଏଚ୍‌ଡି କରି ଇଣ୍ଡିଆନାର  ପରଡ୍ୟୁ ୟୁନିଭର୍ସିଟିରେ କାର୍ଯ୍ୟରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.