ଛତ୍ରପୁର ୦୩/୧୧: ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଘଟିଛି ଅଘଟଣ l ଡ଼ଙ୍ଗା ବୁଡି ୩୨ ବର୍ଷିୟ ପୁଷ୍ପା ବେହେରାଙ୍କ ମୃତ୍ୟ ଘଟିଛି l ଏହି ଘଟଣାରେ ବନିତା ବେହେରା ନାମକ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି l ସେ ସୁସ୍ଥ ଥିବା ଜଣାପଡିଛି l ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଦୁଇଜଣଙ୍କୁ ଛତ୍ରପୁର ଡାକ୍ତରଖାନାକୁ ନେଇଛନ୍ତି l ମିଳିଥିବା ସୂଚନା ମୁତାବକ, ଛତ୍ରପୁର ବ୍ଲକ ପୋଡ଼ପଦର ପଞ୍ଚାୟତ ହୂମ୍ବର ଗ୍ରାମର ବନିତା ବେହେରା ଓ ପୁଷ୍ପା ବେହେରା ନିଜେ ଡ଼ଙ୍ଗା ଚଳାଇ ତାମ୍ପରା ଆରପଟ ହୁମୁରି ବଣକୁ କାଠ ଆଣିବାକୁ ସକାଳେ ଯାଇଥିଲେ l ସେଠାରୁ କାଠ ଧରି ଡଙ୍ଗାରେ ଆଣିବା ବେଳେ ଡ଼ଙ୍ଗା ଓଲଟି ପଡିଥିଲା । ମଧ୍ୟାହ୍ନ ୧୨ଟା ବେଳେ ଏହି ଘଟଣା ଘଟିଲା l ତେବେ ବନିତା ପାଣିରେ ପହଁରି ପହଁରି ବୋଟ କ୍ଳବ ନିକଟକୁ ଆସି ଡାକିବାରୁ ତାଙ୍କୁ ଉଦ୍ଧାର କରିଥିଲେ ବୋଟ କର୍ମଚାରୀ ମାନେ l ବନିତା ସମସ୍ତ ଘଟଣା କହିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା l ଅଗ୍ନିଶମ ବିଭାଗ କର୍ମଚାରୀ ଓ ବୋଟ କ୍ଳବ କର୍ମଚାରୀ ପୁଷ୍ପାକୁ ପାଣିରୁ ଉଦ୍ଧାର କରିଥିଲେ ।

ଦିନେ ଥିଲେ ନକ୍ସଲ, ଏବେ ତେଲଙ୍ଗାନା ସରକାରରେ ମନ୍ତ୍ରୀ...