ଦଶମନ୍ତପୁର,୨/୭ ; କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ମୁରାନ ଡ଼୍ୟାମ ଜଳ ଭଣ୍ଡାର ସ୍ଥିତ ଜଟିଆ ଗୁଡା କେନାଲରେ ଓଲଟିଲା ଟଙ୍ଗା। ଏଥିରେ ବସିଥିବା ଚାରି ଜଣ ଯାତ୍ରୀ ପାଣିରେ ପହଁରି କୂଳକୁ ଆସି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ  ତିନୋଟି ବାଇକ୍ ପାଣିରେ ବୁଡି ଯାଇଛି। 

ସରପଞ୍ଚ ଭୁବନ ଜାନୀଙ୍କ ସୂଚନା ଅନୁସାରେ, ପବନ ବର୍ଷା ଯୋଗୁଁ ନାଉରିଆମାନେ କୂଳରେ ଡଙ୍ଗା ରଖି ଚାଲି ଯାଇ ଥିଲେ। ଏ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି  ବ୍ଲକ,  ନିଶାନା ହାଣ୍ଡିର ଖଗପତି , ଚାଉଁରିଆ ଗୁଡାର ରତନ ହରିଜନ , ଦଶମନ୍ତପୁର ବ୍ଲକ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ କଷା କେନ୍ଦୁ ଗାଁର   ଅଜୟ  ହରିଜନ ଏବଂ ସଞ୍ଜୟ  ହରିଜନ କୌଣସି କାମ ନେଇ ‌୩ ବାଇକ୍ ଧରି ନିଜେ ନିଜେ ଦଉଡ଼ି ଟାଣି ଡଙ୍ଗା ପାରି ହେଉଥିଲେ। ହଠାତ୍ ପବନ ଯୋଗୁଁ ମଝି କେନାଲରେ  ଡଙ୍ଗା ଓଲଟି ପଡିଥିଲା । ଯୁବକମାନେ ପହଁରି କୂଳରେ ପହଞ୍ଚିଥିଲେ। ତିନୋଟି ବାଇକ୍ କେନାଲ ପାଣିରେ ବୁଡି ନିଖୋଜ ହୋଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଗୁରୁବାର  ବାଇକ୍ ଉଦ୍ଧାର  ପାଇଁ ଚେଷ୍ଟ  କରା ଯିବ ବୋଲି ସରପଞ୍ଚ କହିଛନ୍ତି।