ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୃତଦେହ ନେଇ ନଦୀ ପାର ହେଉଥି​‌ଲେ ଗ୍ରାମବାସୀ; ଛିଣ୍ଡିଗଲା ତାର, ଭାସିଗଲା ଶବ

ବାଲିଗୁଡ଼ା,୧୭/୦୯: ବାଗାଡ଼ି ଗାଁକୁ ଯିବାକୁ  ରାସ୍ତା ନାହିଁ କି ପୋଲ ନାହିଁ । ନଦୀ ପାରି ହୋଇ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଶନିବାର ଏହି  ନଦୀରେ ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି । ଶବ ନେଇ ଗ୍ରାମବାସୀ ଗାଁକୁ ଆସୁଥିଲେ । ତାର ସାହାଯ୍ୟରେ ନଦୀ ପାରି ହେଉଥିଲେ । ତାର ଛିଣ୍ଡି  ଯିବାରୁ ଶବ ଭାସିଯାଇଛି । ବହୁ ଖୋଜା ଖୋଜି ପରେ ଉଦ୍ଧାର କରି ଗ୍ରାମକୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଛି ।

କ.ନୂଆଗାଁ ବ୍ଲକ୍‌ ଗୁଞ୍ଜିବାଡ଼ି ପଞ୍ଚାୟତ କାଲିପେନୁ  ନାଳ ଆରପଟେ ରହିଛି। ବାଗାଡି, ବ୍ରଡାଲି,  ଡ୍ରାକଲି ଭଳି ଛୋଟ ଛୋଟ ଗାଁରେ ରୁହନ୍ତି ୯୦ରୁ  ଅଧିକ ପରିବାର । ଗତକାଲି ବଗାଡି ଗ୍ରାମର  ବୃଦ୍ଧା ପଦ୍ମନାଭ ପ୍ରଧାନ ଅସୁସ୍ଥ ହୋଇପଡ଼ିଥିଲେ ।  ଗୁରୁତର ଅବସ୍ଥାରେ ଗାଁଠାରୁ ୧୨ କିଲୋମିଟର ଦୂର  କ.ନୂଆଗାଁ ଡାକ୍ତରଖାନା ନେଇଥିଲେ । ଚିକିତ୍ସାଧୀନ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳୁ ଶବ ଧରି ଗାଁକୁ ଫେରୁଥିଲେ ପରିବାର ଲୋକ ।  ଗାଁ ପୂର୍ବରୁ ରହିଥିବା କାଲିପେନୁ ନାଳରେ ଅଧ  ମଣିଷ ପାଣି ରହିଛି । ତାର ସାହାଯ୍ୟରେ ଶବକୁ ଏପଟୁ ସେପଟକୁ ପାରି କରାଯାଉଥିଲା । ମାତ୍ର  ତାରଟି ଛିଣ୍ଡି ଯିବାରୁ ଶବ ଭାସି ଯାଇଥିଲା । ବହୁ  ଖୋଜାଖୋଜି କରିବା ପରେ ନଦୀରୁ ଉଦ୍ଧାର କରି  ନାଳ ଆରପାଟକୁ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.