PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ତୁରେକେଲା କଲେଜ ପାଖ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ: ପୋଲିସ ଓ ସାଇଣ୍ଟିଫିକ୍ ଟିମର ଖୋଳତାଡ

କଣ୍ଟାବାଞ୍ଜି ୨୪/୧୧: ତୁରେକେଲା କଲେଜ ନିକଟରେ ଥିବା ରାଜୁ ଫରେଷ୍ଟରେ ଗୁରୁବାର ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ କରୁଥିବା ଜଣାପଡିଛି । ସୁଚନା ଅନୁସାରେ ଆଜି ଗୁରୁବାର ଦିନ ପ୍ରାୟ ୧୨ ଟା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, କଲେଜ ନିକଟରେ ଥିବା ବୁଳାଣିକୁ ଲାଗି ରହିଥିବା ଜଙ୍ଗଲରେ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ରହିଛି । ମୃତ ଦେହଟି ସମ୍ପୁର୍ଣ୍ଣ ଜଳି ଯାଇଥିବାବେଳେ ମହିଳା ନା ପୁରୁଷ ତାହା ଜଣାପଡିନାହିଁ । ଘଟଣା ସ୍ଥଳରେ ପୁଲିସ ପହଂଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଅନୁମାନ କରୁଛି ଯେ, ମୃତ ଦେହକୁ ଆଜିହିଁ ଜଙ୍ଗଳ ଭିତରେ ପୋଡି ଦିଆଯାଇଛି । ତେବେ ଏହି ହତ୍ୟାକାଣ୍ଡ କିଏ ଏବଂ କେମିତି କରିଛି ତାର ପ୍ରକୃତ ତଥ୍ୟ ମିଲିବା ସହ ପୁରୁଷ ନାଁ ମହିଲା ତାହା ମଧ୍ୟ ଶବ ବ୍ୟବଛେଦ ଏବଂ ସାଇନଟିଫିକ୍ ଦଳର ତଦନ୍ତ ପରେ ଜଣାପଡିବ । ଏ ନେଇ ପୁଲିସ ପକ୍ଷରୁ କୌଣସି ସୁଚନା ମିଲିନଥିବା ବେଲେ ଘଟଣା ସ୍ଥଳରେ କଂଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନାଅଧିକାରୀ କମଲ ଲୋଚନ ବେହେରା, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପ୍ରଣୟ ମୁର୍ମୁ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର