ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜୀବନ ସଜା କାଟୁଥିବା କଏଦୀ ଦେବେ ଏଣ୍ଟ୍ରାନ୍ସ ପରୀକ୍ଷା, ବମ୍ୱେ ହାଇକୋର୍ଟ ଦେଲେ ଅନୁମତି

ମୁମ୍ୱାଇ – ବମ୍ୱେ ହାଇକୋର୍ଟ ନିକଟରେ ଦେଇଛନ୍ତି ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ। ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କୁ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ଏହି ସୁଯୋଗ ତାଙ୍କୁ ଏଥିପାଇଁ ଦିଆଯାଇଛି , ଯାହାକି ସେ ୩୦ ମେ’ ରେ ହେବାକୁ ଥିବା ନିଜର ଆଇନ (ଲ)ର ପ୍ରବେଶ ପରୀକ୍ଷା ଦେଇ ପାରିବେ। ବିଚାରପତି ଏନ ଆର ବୋରକର ଓ ବିଚାରପତି ସୋମଶେଖର ସୁନ୍ଦରେସନଙ୍କ ପୀଠ ଏହି ନିଷ୍ପତ୍ତି ନେଇଛନ୍ତି। 

ଶୁଣାଣି ବେଳେ ସେ କହିଛନ୍ତି ଯେ, ଦୋଷୀ ଜଣଙ୍କ ପାଖାପାଖି ୯ ବର୍ଷ ହେବ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଛନ୍ତି। ଏହି ସମୟରେ ତାଙ୍କୁ ପୂର୍ବରୁ ବି ଅନେକ ଥର ଜାମିନ ମିଳି ସାରିଛି, କିନ୍ତୁ ସେ କେବେ ବି ମିଳିଥିବା ଏହି ମୁକ୍ତିର ଦୁରୁପଯୋଗ କରିନାହାନ୍ତି। କୋର୍ଟ ନିଜର ଆଦେଶରେ ମଧ୍ୟ ଏହି କଥା ଉଲ୍ଲେଖ କରିଛନ୍ତି। କଏଦୀ ନିଜର ପ୍ରବେଶ ପରୀକ୍ଷାରେ ବସିବା ପାଇଁ ଏକ ସପ୍ତାହର ଅସ୍ଥାୟୀ ଜାମିନ୍‌ର ଆବେଦନ କରିଥିଲେ। କୋର୍ଟ ତାଙ୍କର ପୂର୍ବର ଚାଲିଚଳନକୁ ଦେଖି ଓ ଏହାସହ ୧୫ ହଜାର ଟଙ୍କାର ଜମାନତ ରାଶିରେ ତାଙ୍କୁ ମୁକ୍ତ କରିଛନ୍ତି। 

ବିଚାରପତି ବୋରକର ଓ ସୋମଶେଖର ଆବେଦକଙ୍କ ସବୁ ଦଲିଲ ଶୁଣିବା ପରେ ନିଜ ଆଦେଶରେ କହିଛନ୍ତି , ଆବେଦକ ପାଖାପାଖି ୯ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ଏହା ବି ଜଣା ଯେ , ମୋକଦମା ବେଳେ ସେ କିଛି ସମୟ ପାଇଁ ଜାମିନରେ ମଧ୍ୟ ରହିଥିଲେ। କିନ୍ତୁ ସେ ଏହି ସମୟରେ କେବେ ବି ନିଜର ସ୍ୱାଧିନତାର ଫାଇଦା ଉଠାଇ ନାହାନ୍ତି। ନ୍ୟାୟାଳୟ ଏହି ନିଷ୍ପତ୍ତିରେ ଶିକ୍ଷାର ମହତ୍ତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି , ଏହି ପରୀକ୍ଷା ତାଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। କୋର୍ଟ ନିଜର ଅନ୍ତିମ ରାୟ ଶୁଣାଇ କହିଛନ୍ତି , ସବୁ କଥାକୁ ଧ୍ୟାନରେ ରଖି , ଆମେ ଆବେଦକଙ୍କୁ ଏକ ସପ୍ତାହର ଅବଧି ପାଇଁ ଅସ୍ଥାୟୀ ଜାମିନରେ ମୁକ୍ତ କରିବାର ସମର୍ଥନ କରୁଛୁ। 

କହି ରଖୁଛୁ କି , ୨୦୨୧ ମସିହାର ଡିସେମ୍ୱର ମାସରେ ଆବେଦକଙ୍କୁ ଆଇପିସିର ଧାରା ୩୦୨ (ହତ୍ୟା ଅପରାଧରେ) ଅନୁସାରେ ଆଜୀବନ କାରାଦଣ୍ଡ ଶୁଣା ଯାଇଥିଲା। ଏହି କେସ୍‌ରେ ସେ ଏବେସୁଦ୍ଧା ପାଖାପାଖି ୯ ବର୍ଷ ଜେଲ୍‌ରେ ବିତାଇ ସାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.