ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ

ଭୁବନେଶ୍ୱର,୦୯/୦୯: ବୋମାମାଡ଼ରେ ଥରିଛି ରାଜଧାନୀ । ନୂଆପଲ୍ଲୀ ଥାନା ଅନ୍ତର୍ଗତ କେଶରୀ ଏନକ୍ଲେଭ୍‌ ଆପାର୍ଟମେଣ୍ଟ ଅଫିସଠାରେ ରବିବାର ରାତିରେ ଏହି ବୋମାମାଡ଼  କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି ।  ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ରେ ଜଣେ  ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । ତେବେ ପାର୍ବଣ ଋତୁ ଓ ଗଣେଶ ପୂଜା  ସମୟରେ ଭୁବନେଶ୍ୱରରେ ବୋମାମାଡ଼ ହେବା କମିଶନରେଟ୍‌ ପୁଲିସକୁ ଖୋଲା  ଚ୍ୟାଲେଞ୍ଜ ସଦୃଶ ହୋଇଛି । 

ରବିବାର ରାତି ୮ଟା ୪୦ରେ  ବର୍ଷା ହେଉଥିବା ବେଳେ  ଉକ୍ତ ଆପାର୍ଟମେଣ୍ଟସ୍ଥିତ ଓନର୍ସ  ଆସୋସିଏସନ ଅଫିସ ନିକଟରେ  ଗୋଟିଏ ବାଇକରେ ତିନିଜଣ ମୁଖାପିନ୍ଧା  ଦୁର୍ବୃତ୍ତ ପହଞ୍ଚିଥିଲେ । ସେମାନେ  ଆପାର୍ଟମେଣ୍ଟ ବ୍ଲକ-୧ ଅଫିସ ପାଖକୁ  ଆସି ଦୁଇଟି ବୋମା ଫିଙ୍ଗିଥିଲେ । ଏହି ସମୟରେ ଅଫିସ ମଧ୍ୟରେ  ଆପାର୍ଟମେଣ୍ଟର ରକ୍ଷଣାବେକ୍ଷଣା  ଦାୟିତ୍ୱରେ ଥିବା ଇନଚାର୍ଜ ବିସି  ପ୍ରଧାନ ଉପସ୍ଥିତ ଥିଲେ । ବୋମା ମାଡ଼ର ଶବ୍ଦ ଏତେଜୋର ଥିଲା ଯେ  ସେଥିରେ ଅଫିସ କାଚ ଭାଙ୍ଗିଯାଇଥିବା  ବେଳେ କାନ୍ଥ ଫାଟିଯାଇଥିଲା ।  ଏପରିକି କମ୍ପ୍ୟୁଟର ମଧ୍ୟ ଗଳିପଡ଼ି  ଭାଙ୍ଗିଯାଇଥିଲା । ବୋମା ମାଡ଼ରେ  ଉପସ୍ଥିତ ଶ୍ରୀ ପ୍ରଧାନ ମଧ୍ୟ ସାମାନ୍ୟ  ଆହତ ହୋଇଥିଲେ । ତାଙ୍କ ଚିତ୍କାର  ଶୁଣି ଆପାର୍ଟମେଣ୍ଟର ବାସିନ୍ଦା ଓ ସ୍ଥାନୀୟ  ଅଞ୍ଚଳ ଲୋକେ ଘଟଣାସ୍ଥଳକୁ ଦୌଡ଼ି  ଆସିଥିଲେ । ହେଲେ ସେତେବେଳକୁ  ଦୁର୍ବୃତ୍ତମାନେ ପଳାଇଯାଇଥିଲେ ।  ଉପସ୍ଥିତ ସୁରକ୍ଷାକର୍ମୀ ଦୁର୍ବୃତ୍ତଙ୍କୁ  ଅଟକାଇବାରେ ବିଫଳ ହୋଇଥିଲେ ।  

ବୋମାମାଡ଼ ପରେ ଆପାର୍ଟମେଣ୍ଟ  ପରିସର ସହ ଆଖପାଖ ଅଞ୍ଚଳରେ  ଭୟର ବାତାବରଣ ଖେଳିଯାଇଛି ।  ତେବେ କେଶରୀ ଏନକ୍ଲେଭ ଏକ  ପୁରୁଣା ଆପାର୍ଟମେଣ୍ଟ ହୋଇଥିବାରୁ  ତାକୁ ନେଇ କିଛି ବ୍ୟକ୍ତିଙ୍କ ମଧ୍ୟରେ  ଶତ୍ରୁତା ରହିଛି । ଏହି ଶତ୍ରୁତାକୁ  ନେଇ ବୋମାମାଡ଼ ହୋଇଥାଇପାରେ  ବୋଲି ସେଠାରେ ଚର୍ଚ୍ଚା ହୋଇଛି ।  ପୁଲିସ ମଧ୍ୟ ଘଟଣାବେଳର ସିସିଟିଭି  ଫୁଟେଜ ନେଇ ତଦନ୍ତ ଆରମ୍ଭ  କରିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିବା ବେଳେ ପୁଲିସ ତାଙ୍କୁ  ମଧ୍ୟ ପଚରାଉଚୁରା କରୁଛି । ଗତ  କିଛିଦିନ ତଳେ ରାଜଧାନୀ ଉପକଣ୍ଠ  ପଦ୍ମକେଶରୀ ପୁରରେ ବୋମାମାଡ଼  ହୋଇଥିଲା । ଯାହାକୁ ନେଇ ପୁଲିସର  ମୁଣ୍ଡବ୍ୟଥା ହୋଇଥିଲା । ସୁଧ  କାରବାରରୁ ବୋମାମାଡ଼ ହୋଇଥିବା  ପରେ ଜଣାପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.