PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମହଙ୍ଗା ପଡ଼ିଲା ହଗ୍‌ ଡେ’: ଆଲିଙ୍ଗନ ବଦଳରେ ମାଡ଼

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ହଗ୍‌ ଡେ’ ପାଳନ କରିବାକୁ ଆସି ଜଣେ ନାବାଳକ ଛାତ୍ର ହଟହଟା ହୋଇଛନ୍ତି । ଏକାବେଳେ ୪ ପ୍ରେମକିାଙ୍କ ସହ ଆଲଙ୍ଗିନ ପ୍ରୟାସ ମହଙ୍ଗା ପଡ଼ିଛି । ଲୋକେ ଉକ୍ତ ରସିକିଆ ଲଭର୍‌ ବୟକୁ ଧରି ନିସ୍ତୁକ ପିଟିଛନ୍ତି । ମୋବାଇଲ୍‌ ଫୋନ୍‌ ବି ଭାଙ୍ଗି ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ନୂଆପଲ୍ଳୀ ଥାନା ଅଞ୍ଚଳର ମିକୁ (ଛଦ୍ମନାମ)ନାମକ ନାବାଳକ ୬ଜଣ ନାବାଳିକାକୁ ପ୍ରେମ କରୁଛନ୍ତି । କାହା ସହ ଗୋଲାପ ଦିବସ ତ ଆଉ କାହା ସହ ଚକୋଲୋଟ୍‌ ଡେ’ ପାଳନ କରୁଛନ୍ତି । ଆଜି ୪ଜଣ ନାବାଳିକାଙ୍କ ସହ ହଗ୍‌ ଡେ’ ପାଳନ କରିବାକୁ ଖଣ୍ଡଗିରି ମୁଣ୍ଡିଆକୁ ଆସିଥିଲେ ମିକୁ । ଦୁଇ ଜଣଙ୍କୁ ଉଦୟଗିରି ଓ ଅନ୍ୟ ୨ ଜଣଙ୍କୁ ଖଣ୍ଡଗିରି ମୁଣ୍ଡିଆର ଭିନ୍ନ ଭିନ୍ନ ସ୍ଥାନକୁ ଡାକିଥିଲେ । ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ଆଲିଙ୍ଗନ କରିବା । କିନ୍ତୁ ସବୁ ଯୋଜନା ଫସର ଫାଟିଗଲା । ମିକୁର ଏଭଳି ହରକତ ଉଦୟଗିରି ଗୁମ୍ଫା ପଟେ ଥିବା ଦୁଇ ଜଣ ନାବାଳିକା ଜାଣି ପକାଇଲେ । ମିକୁ ଖଣ୍ଡଗିରି ପଟୁ କାମ ସାରି ଉଦୟଗିରିରେ ପହଞ୍ଚିଥିଲେ । ସେଠାରେ ଅପେକ୍ଷାରତ ୨ ନାବାଳିକାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କଲାବେଳେ ଉଭୟ ନାବାଳିକା ମିଶି ମିକୁଙ୍କୁ କାବୁ କରି ଦେଇଥିଲେ । ତାକୁ ଧରି ଖଣ୍ଡଗିରି ଥାନାକୁ ଆଣୁଥିଲେ । ଥାନା ସମ୍ମୁଖ ରାସ୍ତାରେ ପହଞ୍ଚିଥିବା ବେଳେ ଏହା ଜାଣିପାରି ଲୋକେ ଭିଡ଼ ଜମାଇଥିଲେ । ସେଠାରେ ମିକୁଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ମୋବାଇଲ୍‌ ଫୋନ୍‌ ଛଡ଼ାଇ ଭାଙ୍ଗି ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରୁ ମିକୁଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ହେଲେ କୌଣସି ଏତଲା ନ ଥିବାରୁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।