ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଟଙ୍କା ଗଣି ନପାରି ଶିଶୁପାଳ ହେଲେ ବର, ବିବାହ ପାଇଁ ମନା କରିଦେଲେ କନିଆଁ

Published By : Krishna Priya | June 3, 2025 8:54 AM

ବିହାର ୦୩/୦୬: ବିହାର ମୋତିହାରିର ଏକ ଗାଁରେ ଅଜବ ଘଟଣା ଘଟିଛି । ଟଙ୍କା ଗଣି ନପାରିବାରୁ ଜଣେ ବର ଶିଶୁପାଳ ହୋଇ ଫେରିଛନ୍ତି । କେବଳ ସେତିକି ନୁହେଁ, କନ୍ୟା ପକ୍ଷ ଲୋକେ ବରଙ୍କ ସମେତ ତାଙ୍କ ବାପା, ଭାଇ ଓ କିଛି ବରଯାତ୍ରୀଙ୍କୁ ବନ୍ଧକ ରଖିଥିଲେ । ପରଦିନ ପୁଲିସର ହସ୍ତକ୍ଷେପ ପରେ ସେମାନେ ମୁକୁଳିଛନ୍ତି । 

ଘଟଣାଟି ଏହିପରି । ମୋତିହାରି ପତାହି ଥାନା କ୍ଷେତ୍ର ଅଧୀନସ୍ଥ ଏକ ଗାଁର ଜଣେ ଝିଅଙ୍କ ବିବାହ କଦମୱା ଗାଁର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ଗତ ବୁଧବାର ରାତିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ଜୋରଦାର ନାଚ, ଗୀତ ହୋଇଥିଲା । ସମସ୍ତେ ଜଳଖିଆର ମଜା ନେଇଥିଲେ । ଇତିମଧ୍ୟରେ ଧୂମଧାମ୍‌ରେ ଜୟମାଳା କାର୍ଯ୍ୟକ୍ରମ ସରିଥିଲା । ତେବେ ତା’ ପରେ ପରମ୍ପରା ଅନୁସାରେ କନ୍ୟା ପକ୍ଷରୁ କିଛି ଟଙ୍କା ବରଙ୍କୁ ଗଣିବାକୁ ଦିଆଯାଇଥିଲା । ବର କିନ୍ତୁ ତାକୁ ଠିକ୍‌ ଭାବେ ଗଣିପାରିନଥିଲେ । ଏହି କଥାକୁ ନେଇ କନ୍ୟା ଅସନ୍ତୋଷ ପ୍ରକାଶ କରିଥିଲେ ଓ ବିବାହ ପାଇଁ ମନା କରିଦେଇଥିଲେ । 

ଯିଏ ଟଙ୍କା ଠିକ୍‌ରେ ଗଣିପାରୁନାହାନ୍ତି ସେଭଳି ନିରକ୍ଷର ଲୋକ ସହିତ ସଂସାର କେମିତି କରିବେ ବୋଲି କନ୍ୟା ପ୍ରଶ୍ନ କରିଥିଲେ । କନ୍ୟା ବିବାହ ପାଇଁ ମନା କରିଦେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଚାଲିଥିଲା । ପରବର୍ତ୍ତୀ ସମୟରେ କନ୍ୟାଙ୍କ ପରିଜନ ବର, ତାଙ୍କ ବାପା, ଭାଇ ଓ କିଛି ବରଯାତ୍ରୀଙ୍କୁ ଘରେ ଅଟକାଇ ରଖିଥିଲେ । ପରଦିନ ପୁଲିସ ଏକଥା ଜାଣିବାକୁ ପାଇବା ପରେ ସମସ୍ତଙ୍କୁ ମୁକ୍ତ କରାଇଥିଲା । ଉଭୟ ପକ୍ଷଙ୍କୁ ବସାଇ ଆଲୋଚନା କରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ ବିବାହ ଲାଗି ସହମତି ହୋଇନଥିଲା । ବାଧ୍ୟହୋଇ ବର ଶିଶୁପାଳ ସାଜି ଫେରିଯାଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକେ କନ୍ୟାଙ୍କର ଏହି ନିଷ୍ପତ୍ତିକୁ ସାହସିକ ଦର୍ଶାଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.