ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲାରେ ବ୍ରିଜଭୁଷଣ ଶରଣ ସିଂହଙ୍କୁ ଝଟ୍‌କା; ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୦/୦୫: କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟ୍‌କା ମିଳିଛି। ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବ୍ରିଜ ଭୂଷଣଙ୍କ ବ୍ୟକ୍ତିଗତ ସହାୟକ ବିନୋଦ ତୋମାରଙ୍କ ବିରୋଧରେ ମଧ୍ୟ ମମଲା ରୁଜୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।

ରାଉଜ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ମାଜିଷ୍ଟ୍ରେଟ୍ ପ୍ରିୟଙ୍କା ରାଜପୁତ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ଅଛି। ବ୍ରଜ ଭୂଷଣଙ୍କ ବିରୋଧରେ ଧାରା ୩୫୪ ( କୌଣସି ମହିଳାଙ୍କ ଗାରିମାକୁ ଆଘାତ ପହଞ୍ଚାଇବାର ଉଦ୍ଦେଶ୍ୟ କିମ୍ବା ଅପରାଧିକ ବଳ), ୩୫୪ (କ) (ଯୌନ ଉତ୍ପୀଡ଼ନ) ଏବଂ ଧାରା ୫୦୬ (ଅପରାଧିକ ଧମକ) ଅନୁଯାୟୀ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଧାରା ୫୦୬ (କ) ଅନୁଯାୟୀ ବିନୋଦ ତୋମାରଙ୍କ ବିରୋଧରେ ମାମଲା ରୁଜୁ କରିବାର ପ୍ରମାଣ ମଧ୍ୟ ରହିଛି।

ପରବର୍ତ୍ତୀ ଶୁଣାଣି ୨୧ ମଇ'ରେ ହେବ ଯେଉଁଥିରେ ଅଭିଯୁକ୍ତଙ୍କୁ ଅପରାହ୍ନ ୨ ଟାରେ ଦସ୍ତଖତ କରିବାକୁ ପଡ଼ିବ। ଷଷ୍ଠ କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ କୋର୍ଟ ବ୍ରିଜ ଭୂଷଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, କିନ୍ତୁ ପଞ୍ଚମ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ କୋର୍ଟ ବିଜେପି ନେତା ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ୧୫ ଜୁନ୍ ୨୦୨୩ ରେ, ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଧାରା ୩୫୪ ( କୌଣସି ମହିଳାଙ୍କ ଗାରିମାକୁ ଆଘାତ ପହଞ୍ଚାଇବାର ଉଦ୍ଦେଶ୍ୟ କିମ୍ବା ଅପରାଧିକ ବଳ ପ୍ରୟୋଗ), ୩୫୪ (କ) (ଯୌନ ଉତ୍ପୀଡ଼ନ), ୨୫୪(ଘ) (ପିଛା କରିବା) ଏବଂ ଧାରା ୫୦୬(ଅପରାଧିକ ଧମକ) ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଥିଲା। ୬ ଜଣ କୁସ୍ତିଯୋଦ୍ଧା ବିଜେପି ସାଂସଦଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏତଲା ପଞ୍ଜିକୃତ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.