ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୦୯ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ

ନିମାପଡ଼ା, ୨୯/୪ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଓମଫେଡ ଛକ ସବ- ରେଜିଷ୍ଟାର ଅଫିସ ନିକଟରେ ଚଢ଼ଉ କରିଛି । ଏହି ଚଢଉରେ ରମେଶଚନ୍ଦ୍ର ରାଉତ(୬୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।  

ତାଙ୍କ ନିକଟରୁ ୧୦୯ଗ୍ରାମ ବ୍ରାଉନ ସୁଗର (ହେରୋଇନ )ଜବତ କରି ନିମାପଡ଼ା ଅବକାରୀ ଥାନା କେସ ନଂ ୧୨/୨୪ ରେ କୋର୍ଟ ଚାଲାଣ କରିଛି ।  ଜାମିନ ନାମଞ୍ଜୁର ହେବାରୁ ନିମାପଡ଼ା ଉପ-କlରାଗIରକୁ ପଠାଯାଇଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୧୦,୯୦,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ହେବ । ଏହି ଚଢଉରେ ଅବକାରୀ ଏଏସଆଇ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ତପନ ପ୍ରଧାନ, ଶେଖ୍ ୱାରିସ୍, ସ୍ୱାଗତିକା ଘଡ଼େଇ, ଶରତଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.