ପ୍ରମୁଖ ଖବର
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଧାର୍ମିକ ଫଟୋରେ ନିଆଁ ଲଗାଇ ଗିରଫ ହେଲେ ଯୁବକ: ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା

ରାୟଗଡା ୯/୧୦: ଧାର୍ମିକଫଟୋ ନିଆଁ ଲଗାଇ ଜାଳିବା ଯୁବକଙ୍କୁ ପଡିଲା ମହଙ୍ଗା। ପୁଲିସ୍ ଯୁବଙ୍କୁ ଗିରଫ କରିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପଞ୍ଚାଳି ଗାଁର ଯୁବକ ଧାର୍ମିକ ଫଟୋ ନିଆଁରେ ଜାଳିବା ଥିବା ବେଳେ ଏହାର ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ସମାଲୋଚନା ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ସହ ଅସନ୍ତେଷର ବାତାବରଣ ସୃଷ୍ଟି ହୋଇଥିଲା। ତେବେ କିଛି ବଡ ଅଘଟଣ ଘଟିବା ପୂର୍ବରୁ ପୁଲିସ୍ ତୁରନ୍ତ କାର୍ଯ୍ୟନୁଷ୍ଠା କରିଛି।

{"id":50522,"width":719,"height":395}

ଏହାପରେ ମାମଲା ଅତ୍ୟନ୍ତ ଗମ୍ଭୀରତା ଆଡକୁ ଗତି କରୁଥିବା ଜଣା ପଡିବାରୁ ପୁଲିସ ସମ୍ପୃକ୍ତ ଯୁବକଙ୍କ ନାଁରେ ଟିକିରି ଥାନାରେ ଏକ ମାମଲା ରୁଜୁ କରିଥିଲା । ଏଥିସହ ତୁରନ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକ ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟାଇବା ପଛରେ ଯୁବକଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଲାଇଥିବା ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.