ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିତାଙ୍କ ମୃତ୍ୟୁର ଦୀର୍ଘ ମାସ ପରେ ଖୋଲିଲେ ବକ୍ସ, ଏମିତି କ’ଣ ମିଳିଲା ଯେ ଆସିଲା ସେନା…

ଅଟ୍ଟାୱା, ୨୧/୦୩: ଘର ସଫା କରୁ କରୁ ମିଳିଲା ଅଜବ ସାମଗ୍ରୀ । ଯାହାକୁ ଦେଖି କାନାଡ଼ାର କ୍ୟୁବେକରେ ରହୁଥିବା କେଡ୍ରିନ୍ ସିମ୍ସ ସେନାକୁ କଲ୍ କରିଥିଲେ । ସଫା କରିବା ବେଳେ ଏକ ବକ୍ସରୁ ମିଳିଥିଲା ବିପଜ୍ଜନକ ସାମଗ୍ରୀ । ଯାହାକି ଅନେକ ବର୍ଷ ହେବ ଘରେ ଥିଲା । ସେନା ଆସିବା ପରେ ଜଣା ପଡ଼ିଥିଲା ତାହା ହେଉଛି ୩୦ ବର୍ଷ ପୁରୁଣା ଗ୍ରେନେଡ୍ । ଯାହାକୁ ତାଙ୍କ ପିତା ଫିଙ୍ଗି ଦେଇଥିବା ଭାବିଥିଲେ କେଡ୍ରିନ୍ ।

ବକ୍ସରେ ଥିଲା ଜୀବନ୍ତ ଗ୍ରେନେଡ୍

କାନାଡ଼ାର କ୍ୟୁବେକରେ ରହୁଥିବା ମହିଳା କେଡ୍ରିନ୍ ସିମ୍ସଙ୍କ ପିତାଙ୍କ ମୃତ୍ୟୁ ଅକ୍ଟୋବରରେ ହୋଇଥିଲା । ଦିନେ ଘର ସଫା କରିବା ସମୟରେ କେଡ୍ରିନ୍ ତାଙ୍କ ବାପାଙ୍କ ଏକ ପୁରୁଣା ବକ୍ସ ପାଇଥିଲେ । ଯାହାକୁ ଦେଖି ସେ ବେଶ୍ ଖୁସି ବି ହୋଇ ଯାଇଥିଲେ । ଉକ୍ତ ବକ୍ସରେ ବାପାଙ୍କ କିଛି ପୁରୁଣା ସ୍ମୃତି ଥିବା ଭାବିଥିଲେ କେଡ୍ରିନ୍ । କିନ୍ତୁ ବକ୍ସରେ ଥିବା ସାମଗ୍ରୀ ଦେଖି ତାଙ୍କ ହୋସ୍ ଉଡ଼ି ଯାଇଥିଲା ।

ବକ୍ସ ଖୋଲିବା ମାତ୍ରେ କେଡ୍ରିନ୍ ପ୍ରଥମ କଲ୍ ପୋଲିସକୁ କରିଥିଲେ । କାରଣ ବକ୍ସ ଖୋଲିବା ମାତ୍ରେ ମିଳିଥିଲା ଏକ ଜୀବନ୍ତ ଗ୍ରେନେଡ୍ । ତା ପରେ ପୋଲିସକୁ କଲ୍ କରିଥିଲେ କେଡ୍ରିନ୍ । ପୋଲିସ ଘରେ ପହଞ୍ଚି ଦେଖିଥିଲା ବୋମା । ସଙ୍ଗେ ସଙ୍ଗେ ସେନାକୁ ଡକା ଯାଇଥିଲା । ସେନାର ଯବାନ ଘରେ ପହଞ୍ଚି ଗ୍ରେନେଡ ଦେଖି ଚକିତ ହୋଇ ଯାଇଥିଲେ । କାରଣ ଦୀର୍ଘ ବର୍ଷ ତଳର ଗ୍ରେନେଡ୍ ଜୀବନ୍ତ ଥିଲା । ତାର ପିନ୍ ହଟାଇ ଦେଇଥିଲେ ବଡ଼ ଧରଣର ବିସ୍ଫୋରଣ ହୋଇଥାନ୍ତା । ଯବାନ ଉକ୍ତ ଗ୍ରେନେଡକୁ ସାଙ୍ଗରେ ନେଇ ଯାଇଥିଲେ ।

କ୍ରେଡିନଙ୍କ ଅନୁସାରେ, ପ୍ରାୟ ୩୦ ବର୍ଷ ତଳେ ଦାଦାଙ୍କ ଘରୁ ତାଙ୍କ ପିତା ଉକ୍ତ ଗ୍ରେନେଡ୍ ଆଣିଥିଲେ । ପରିବାର ସେତେବେଳେ ତାଙ୍କ ବାପାଙ୍କୁ ଗ୍ରେନେଡ୍ ଫିଙ୍ଗି ଦେବାକୁ କହିଥିଲେ । ସେବେଠୁ ଗ୍ରେନେଡକୁ କେହି ଦେଖି ନଥିଲେ । କିନ୍ତୁ ସେତେବେଳ ତାଙ୍କ ପିତା ଗ୍ରେନେଡକୁ ଉକ୍ତ ବକ୍ସରେ ରଖି ଦେଇଥିଲେ । ଏହା ପରେ ପରିବାର ବକ୍ସ ସହ ଏକାଧିକ ବାର ଘର ପରିବର୍ତ୍ତନ କରିଥିବା ବେଳେ ସୌଭାଗ୍ୟବଶତଃ ତାହା ବିସ୍ଫୋରଣ ହୋଇ ନଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.