ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ରବିବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ବେକରେ ଆଘାତ ଯୋଗୁଁ ତାଙ୍କର ଚିକିତ୍ସା ଚାଲିଥିଲା। କୋଲକାତାର ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ବେଳେ ଗିଲଙ୍କ ବେକରେ ଆଘାତ ଲାଗି ଥିଲା, ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର ସଭାପତି ସୌରଭ ଗାଙ୍ଗୁଲି ରବିବାର ଉଡଲ୍ୟାଣ୍ଡସ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଗିଲଙ୍କୁ ଭେଟିବାକୁ ଯାଇ ଥିଲେ। ଭାରତକୁ ଇଡେନ ଗାର୍ଡେନ୍ସର ଏକ ଚ୍ୟାଲେଞ୍ଜପୂର୍ଣ୍ଣ ପିଚ୍‌ରେ ୩୦ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ି ଥିଲା। ଦକ୍ଷିଣ ଆଫ୍ରିକା ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଥିଲା।

ମ୍ୟାଚ୍‌ର ଦ୍ଵିତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇଥିବା ଗିଲଙ୍କୁ ତୃତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ପ୍ରଥମ ଟେଷ୍ଟରୁ ବାଦ ଦିଆ ଯାଇଥିଲା। ଦ୍ଵିତୀୟ ଇନିଂସରେ ଗିଲ୍ ବ୍ୟାଟିଂ ପାଇଁ ଉପଲବ୍ଧ ନଥିଲେ, ଯେଉଁଥିରେ ଭାରତୀୟ ଦଳ ୯୩ ରନ୍‌ରେ ଅଲ୍ ଆଉଟ୍ ହୋଇଥିଲା। ହେଲେ ,ଟିମ୍ ପ୍ରବନ୍ଧନ ୨୨ ନଭେମ୍ବରରୁ ଗୌହାଟୀରେ ଆରମ୍ଭ ହେବାକୁ ଥିବା ଦ୍ଵିତୀୟ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଦଳ ପରିଚାଳନା ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ। ଟିମ୍ ମଙ୍ଗଳବାର ଗୌହାଟୀ ଅଭିମୁଖେ ଯାତ୍ରା କରିବ। ଏହି ମଧ୍ୟରେ ଗାଙ୍ଗୁଲି କହିଛନ୍ତି ଯେ ,ଇଡେନ୍ ପିଚ୍ 'ସର୍ବଶ୍ରେଷ୍ଠ ଟେଷ୍ଟ ୱିକେଟ୍' ନଥିଲା , କିନ୍ତୁ କିନ୍ତୁ ଭାରତକୁ ୧୨୪ ରନ୍ର ଲକ୍ଷ୍ୟ ହାସଲ କରିବା ଉଚିତ ଥିଲା। ଗାଙ୍ଗୁଲି ମ୍ୟାଚ୍ ପରେ ସାମ୍ୱାଦିକଙ୍କୁ କହିଥିଲେ – ଏଥିରେ କୌଣସି ବିବାଦ ନାହିଁ। ଏହା ସର୍ବଶ୍ରେଷ୍ଠ ଟେଷ୍ଟ ୱିକେଟ୍ ନଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତ ହାରିଗଲା। ତାଙ୍କୁ ତଥାପି ୧୨୦ ରନ୍ କରିବା ଦରକାର ଥିଲା।

ଗୌତମ ଗମ୍ଭୀର କହିଥିଲେ ଯେ, ତାଙ୍କୁ ଏମିତି ପିଚ୍ ଦରକାର ଥିଲା ଏବଂ ସେ ନିଜେ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଗାଙ୍ଗୁଲି କହିଥିଲେ ଏହା ସତ ଯେ ନିର୍ଦ୍ଦେଶ ଦିଆଯାଇ ଥିଲା ଏବଂ ମୁଁ ତାହା କହିଛି ଯେ, ମୁଁ ପୂର୍ବରୁ କହିଥିଲି। ଗୌତମ ଇଂଲଣ୍ଡରେ ୱାନଡେ ଓ ଟି-୨୦ କ୍ରିକେଟ୍‌ରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଆମକୁ କିଛି ଦିନ ଯାଏ ଏମିତି ହିଁ କରିବା, କିନ୍ତୁ ଆମକୁ ଭଲ ପିଚ୍‌ରେ ଖେଳିବା ଉଚିତ୍। ଭାରତର ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କ କାମର ପ୍ରଶଂସା କରିବା ବ୍ୟତୀତ ଗାଙ୍ଗୁଲି ଟେଷ୍ଟ ଟିମ୍ ପାଇଁ ମହମ୍ମଦ ଶାମୀଙ୍କ ଉପସ୍ଥିତିର ମହତ୍ତ୍ୱ ଉପରେ ମଧ୍ୟ ବିଶେଷ ଜୋର ଦେଇଥିଲେ, ଯାହା ଏକ କ୍ଲିୟର ମେସେଜ୍ ଯେ ଭାରତକୁ ନିଜର ଅନୁଭବୀ ଦ୍ରୁତ ବୋଲରଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ।