ଜନ୍ହାପଙ୍କ, ୨୭/୧୨: ବୌଦ୍ଧ ଥାନା ଜହ୍ନାପଙ୍କ-ଖମାରୀ ପଡା ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଛି । ଜହ୍ନାପଙ୍କ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟବସତଃ ଚାଳକ ଜଣକ ବର୍ତ୍ତିଯାଇଛନ୍ତି । ଅଘଟଣ ଟଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖମାରୀ ପଡା ପଟୁ ଏକ କାର୍ ଜହ୍ନାପଙ୍କ ଛକ ଆଡକୁ ଆସୁଥିଲା । ଏହି ସମୟରେ OD02BL 0519 ନମ୍ବର ବିଶିଷ୍ଟ କାରଟି ଜହ୍ନାପଙ୍କ ନିକଟରେ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱରେ ଥିବା ଏକ ତାଳ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କାରର ଆଗ ଅଂଶ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି କାରରେ ଥିବା ଯାତ୍ରୀମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ଖବର ପାଇ ଜହ୍ନାପଙ୍କ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।