ଭୁବନେଶ୍ବର ୧୮/୦୧: ବାଣୀବିହାର ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌କୁ ପଛ ପଟୁ ପିଟଲା କାର୍। ଟ୍ରକ୍‌କୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ଚୁର୍‌ମାର୍  ହୋଇଗଲା କାର୍। କାର ଭିତରେ ଚାପି ହୋଇ ଚାଲିଗଲା ଆରୋହୀଙ୍କ ଜୀବନ। ଘଟଣାସ୍ଥଳରେ ଶହୀଦ ନଗର ପୁଲିସ କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ପୁଲିସ କାର୍‌ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତକ ଜଣକ ବଡ଼ଗଡ଼ ବ୍ରିଟ୍ କଲୋନୀର ରାକେଶ ରୋସନ ଲାଲା ସୂଚନା ମିଳିଛି।

ସୂଚନା ମୁତାବିକ, ଶନିବାର ବିଳମ୍ବତି ରାତିରେ ଜଣେ କାର୍ ଚାଳକ ଦ୍ରୁତଗତିରେ ବାଣୀବିହାର ଓଭର ବ୍ରିଜ ଦେଇଯାଉଥିଲେ। ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଜୋରଦାର୍ ଧକ୍କା ଦେଇଥିଲେ। ଫଳରେ କାର୍ ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଥିଲା। କାର୍ ଚାଳକ ଜଣ ଭିତରେ ଚାପିହୋଇ ଜୀବନ ଚାଲିଯାଇଥିଲା ।ଘଟଣାସ୍ଥଳରେ ଶହୀଦ ନଗର ପୁଲିସ ପହଞ୍ଚି କାର୍ ଭିତରୁ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡିଛି। ପରେ କାର୍କୁ କ୍ରେନ୍ ସାହାର୍ଯ୍ୟ ଉଦ୍ଧାର କରିଥିଲା ।