PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପ୍ରଥମ ଥରପାଇଁ ମୋବାଇଲ୍ ଆପରେ ହେବ ଜନଗଣନା, ଶିକ୍ଷକଙ୍କୁ ଦିଆଯିବ ଟ୍ରେନିଂ

ନୁଆଦିଲ୍ଲୀ ୧୪/୭: ଆପଣ ଜାଣିଛନ୍ତି କି ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ୍ ଆପ ଜରିଆରେ କରାଯିବ । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମରେ କୌଣସି ପ୍ରକାରେ ଭୁଲ୍ ମଧ୍ୟ ହେବନି । ଏଥିପାଇଁ ଆଗାମୀ ଜନଗଣନାର ଏକ ରିହର୍ସଲ କରାଯିବ । ଏଥିପାଇଁ ସାଗର, ଇନ୍ଦୋର ଓ ହୋଶଙ୍ଗାବାଦକୁ ପାୟଲଟ୍ ପ୍ରୋଜେକ୍ଟ ରୂପେ ଚୟନ କରାଯାଇଛି । ସାଗରରେ ଜନଗଣନା ପାଇଁ ନଗର ନିଗମ ଅଞ୍ଚଳକୁ ଲକ୍ଷ୍ଯରେ ରଖାଯାଇଛି ।

ଜନସଂଖ୍ଯା କୌଣସି ବି ରାଷ୍ଟ୍ରର ସବୁଠାରୁ ମହତ୍ୱପୂର୍ଣ୍ଣ ସଂଶାଧନ । ଏହା ବିନା କେବଳ ଯେ ପ୍ରାକୃତିକ ସମ୍ପଦର ଉପଯୋଗ କରିବା ଅସମ୍ଭବ ତା ନୁହେଁ, କୌଶଳ, ପ୍ରଶିକ୍ଷଣ, ଶ୍ରମ ଶକ୍ତି ଓ ଆର୍ଥିକ ବିକାଶ ହେବା ମଧ୍ଯ ଅସମ୍ଭବ ।

ଆଗାମୀ ବର୍ଷ ଏପ୍ରିଲରେ ଆରମ୍ଭ ହେଉଥିବା ୨୦୨୧ ପାଇଁ ୧ ଅରବରୁ ଅଧିକ ନାଗରିକଙ୍କ ଗଣନା ମୋବାଇଲରେ କରିବା ପାଇଁ ସେନ୍ସସନ୍-୨୦୨୧ ଆପ୍ ପ୍ରସ୍ତୁତ ହୋଇସାରିଛି । ଏହିଭଳି ଭାରତରେ ଜନଗଣନାର ୧୪୦ ବର୍ଷର ଇତିହାସରେ ଏମିତି ପ୍ରଥମ ଥର ହେବ ଯେ ଭାରତର ଜନଗଣନା ମୋବାଇଲ୍ ଆପ୍ ମାଧ୍ଯମରେ ହେବ ।

ଏହି ଆପ୍ ମାଧ୍ଯମରେ ନାଗରିକଙ୍କ ସମ୍ପର୍କରେ ୬୦ପ୍ରତିଶତରୁ ଅଧକ ସୂଚନା ହାସଲ କରିହେବ । ପରେ ଏହି ଆପରୁ ହାସଲ ହୋଇଥିବା ଡେଟାବେସରୁ ରାଷ୍ଟ୍ରୀୟ ଜନସଂଖ୍ଯା ରେଜିଷ୍ଟର ଓ ପରେ ନାଗରିକତା କାର୍ଡ ଜାରି କରାଯିବ । ଆପ୍ ମାଧ୍ଯମରେ ଘରେ ଥିବା ସୁବିଧା, ପାନୀୟଜଳ, ବିଜୁଳି, ଯାନବାହନ, ଧର୍ମ, ବ୍ଯବସାୟ, ଲିଙ୍ଗ, ସାକ୍ଷରତା, ମାତୃଭାଷା, ଆୟର ମାଧ୍ଯମ ଆଦି ସାମିଲ ରହିବ । ଏନପିଆର୍ ପାଇଁ ଏହି ଆପରେ ଅଲଗା ଅପ୍ସନ ରହି । ଏଥିରେ ନାମ, ଜନ୍ମତିଥି, ପିତାଙ୍କ ନାମ, ଆଧାର, ପାସପୋର୍ଟ, ମୋବାଇଲ୍ ଓ ପାନ୍ ନମ୍ବର, ମତଦାତା ପତ୍ର ସଂଖ୍ଯା ସାମିଲ ରହିବ ।

ଜନଗଣନା କାର୍ଯ୍ଯକ୍ରମରେ ନିୟୋଜିତ ହେବାକୁ ଥିବା ଶିକ୍ଷକଙ୍କୁ ଆପ୍ ମାଧ୍ଯମରେ ତଥ୍ଯ ହାସଲ କରିବା ପାଇଁ ଟ୍ରେନିଂ ଦିଆଯିବ । ଶିକ୍ଷକଙ୍କୁ ମୋବାଇଲ୍ ଆପରେ ଡାଟା ଫିଡ୍ କରିବା ଏବଂ ପରେ ତାକୁ ଏକତ୍ରିତ କରିବାର କୌଶଳ ସମ୍ପର୍କର ପ୍ରଶିକ୍ଷଣ ଦିଆଯିବ । ଅବଶ୍ଯ ବିକଳ୍ପ ପାଇଁ କାଗଜ ଫର୍ମ ମଧ୍ଯ ରହିବ । କିନ୍ତୁ ସରକାର ଏନେଇ ଆଶାବାଦୀ ଅଛନ୍ତି ଯେ ଲୋକମାନେ କାଗଜ ଅପେକ୍ଷା ମୋବାଇଲ୍ ଆପ୍ ମାଧ୍ଯମରେ ଫର୍ମ ଫିଲ-ଅପ୍ କରିବା ପାଇଁ ଅଧିକ ପସନ୍ଦ କରିବେ । କାରଣ ଏହା ଖୁବ୍ କମ୍ ସମୟ ମଧ୍ଯରେ ହୋଇପାରିବା ସହିତ ଅତି ସହଜ ମଧ୍ଯ । ସୂଚନା ଅନୁସାରେ ଜନଗଣନା କାର୍ଯ୍ଯରେ ୨୭ ଲକ୍ଷ କର୍ମୀଙ୍କୁ ନିୟୋଜିତ କରାଯିବ ।