ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଲାଗୁ ହେବ ସିଏଏ; ବଡ଼ ଘୋଷଣା କଲେ ଅମିତ ଶାହ

Published By : Prameya | February 10, 2024 9:34 PM

Image source:

ନୂଆଦିଲ୍ଲୀ,୧୦/୦୨: ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି। ଅମିତ ଶାହ କହିଛନ୍ତି ନିର୍ବାଚନ ପୂର୍ବରୁ ସାରା ଦେଶରେ ସିଏଏ ଲାଗୁ କରାଯିବ। ଅମିତ ଶାହା କହିଛନ୍ତି ଯେ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସିଏଏ କୌଣସି ବ୍ୟକ୍ତିର ନାଗରିକତ୍ୱ ଛଡ଼ାଇବ ନାହିଁ। ବିରୋଧୀ ମୁସଲମାନମାନଙ୍କୁ ଭ୍ରମିତ କରୁଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି। ଡିସେମ୍ବରରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ଶାହ ଦାବି କରିଥିଲେ ଯେ ସିଏଏ ଲାଗୁ କରିବାକୁ କେହି ବନ୍ଦ କରିପାରିବେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଇଟି ନାଓ ଗ୍ଲୋବାଲ ଗ୍ଳୋବାଲ ବିଜନେସ୍‌ ସମିଟ୍‌ ୨୦୨୪ ରେ କହିଛନ୍ତି ଯେ ଆମେ ଧାରା ୩୭୦ ରଦ୍ଦ କରିଛୁ, ତେଣୁ ଆମେ ନିଶ୍ଚିତ ଯେ ଦେଶର ଲୋକମାନେ ବିଜେପିକୁ ୩୭୦ ଆସନ ଏବଂ ଏନଡିଏକୁ ୪୦୦ ରୁ ଅଧିକ ଆସନରେ ବିଜୟ କରି ଆଶୀର୍ବାଦ ଦେବେ। 

ପଢ଼ନ୍ତୁ: LACରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଥୋଇଜ ଏୟାରବେସ୍‌ରେ ତିଆରି ଚାଲିଛି ଟର୍ମିନାଲ ଭବନ

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତୃଷ୍ଟିକରଣ ରାଜନୀତି ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦିଆଯାଉନଥିଲା। ଶନିବାର ଦିନ ଶାହ ଦାବି କରିଛନ୍ତି ଯେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରାଯିବ।

ଶାହ କହିଛନ୍ତି ଯେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ ଏବଂ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମଧ୍ୟ ଅନୁଭବ କରିଛନ୍ତି ଯେ ସେମାନଙ୍କୁ ପୁନର୍ବାର ବିରୋଧୀ ଦଳ ଆସନରେ ବସିବାକୁ ହେବ। ଶାହା କହିଛନ୍ତି ଯେ, ୨୦୨୪ ନିର୍ବାଚନ ଏନଡିଏ ଏବଂ ବିରୋଧୀ ମେଣ୍ଟ 'ଇଣ୍ଡିଆ' ମଧ୍ୟରେ ହେବ ନାହିଁ, ବରଂ ବିକାଶ ଏବଂ ଯେଉଁମାନେ କେବଳ ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ମଧ୍ୟରେ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିଷୟରେ ପଚରାଯିବାରୁ ସେ କହିଛନ୍ତି ନେହେରୁ-ଗାନ୍ଧୀ ବଂଶଜଙ୍କୁ ଏହିପରି ଯାତ୍ରା କରିବାର କୌଣସି ଅଧିକାର ନାହିଁ କାରଣ, ୧୭୪୭ର ଦେଶ ବିଭାଜନ ପାଇଁ ତାଙ୍କ ଦଳ ଦାୟି ଅଟେ।

You can also read: ଦେଶର ଜେଲ୍‌ଗୁଡ଼ିକରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ; କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.