PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଯୁବପିଢିଙ୍କୁ ଦୁର୍ବଳ କରିସାରିଲାଣି ସୋସିଆଲ ମିଡିଆ, ଟ୍ବିଟର୍‌ ଇଜ୍‌ ଏ ୟୁଜ୍‌ଲେସ୍‌ ଥିଙ୍ଗ୍: ଚେତନ୍‌ ଭଗତ

ନୂଆଦି‌ଲ୍ଲୀ ୧୯/ ୧୧: ‘ଯୁବପିଢିଙ୍କ ମସ୍ତିଷ୍କକୁ ଧ୍ବସ୍ତବିଧ୍ବସ୍ତ କରିପକାଉଛନ୍ତି ସାମାଜିକ ଗଣମାଧ୍ୟମ ଆପ୍ । କ୍ୟାରିୟର ତିଆରି କରିବା ଦିଗରେ ଅଧିକ ଫୋକସ୍‌ କରିବା ପାଇଁ ସେମାନଙ୍କୁ ପ୍ରେରଣାଦାୟୀ କଥା ଶୁଣିବାର ଆବଶ୍ୟକତା ରହିଛି’ । ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ଲୋକପ୍ରିୟ ଲେଖକ ତଥା ମୋଟିଭେସନାଲ ସ୍ପିକର୍‌ ଚେତନ୍‌ ଭଗତ ।

ସାହିତ୍ୟ ଆଜତକ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ଚେତନ ଭଗତ କହିଛନ୍ତି, ‘ଆଗିକାଲିର ସୋସିଆଲ ମିଡିଆ ଯୁଗରେ ପଢିବା ପ୍ରତି ଲୋକଙ୍କ ରୁଚି ଅପେକ୍ଷାକୃତ ହ୍ରାସ ପାଇଛି । ପ୍ରତିଦିନ କିଛି ନା କିଛି ପଢିବା ଆବଶ୍ୟକ । ଶସ୍ତା ଡାଟା ପ୍ୟାକ୍‌ ଯୁବପିଢିଙ୍କୁ ଦୁର୍ବଳ କରିପକାଇଲାଣି । ଝିଅମାନଙ୍କ ତୁଳନାରେ ପୁଅମାନଙ୍କ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଅଧିକ ପ୍ରଭାବ ପକାଉଛି । କେବଳ ରିଲ୍ସ ଖେଳାଇ ଖେଳାଇ ଅଧିକାଂଶ ସମୟ ଅତିବାହିତ କରୁଛନ୍ତି’।

ଭଗତ କହଛନ୍ତି, ‘ଭାବିଲେ ଦୁଃଖ ଲାଗୁଛି ଯେ, ଗୋଟିଏ ଯୁବଗୋଷ୍ଠୀ କାର୍ଗିଲରେ ଯୁଦ୍ଧ କରୁଛନ୍ତି ଅନ୍ୟପଟେ ଆଉ ଏକ ଗୋଷ୍ଠୀ ରିଲ୍ସ ବନାଇବା ଏବଂ ଦେଖିବାରେ ସମୟ ଅତିବାହିତ କରୁଛନ୍ତି । ପଢିବା ସମସ୍ତ ପାଇଁ ନିତାନ୍ତ ଜରୁରୀ । ସ୍ଥିରଚିତ୍ତରେ ଭାବିବା ଏବଂ ନୂଆ କିଛି କରିଦେଖାଇବାକୁ ହେଲେ ପଢିବା ନିହାତି ଆବଶ୍ୟକ । ଗୋଟିଏ ଭଲ ବହି ପଢିଲେ ସବୁକିଛି ସମ୍ଭବ ହୋଇପାରିବ । ଘଣ୍ଟା ଘଣ୍ଟା ଧରି ଟିଭି କି ମୋବାଇଲ ଦେଖିଲେ ତାହା କେବେ ସମ୍ଭବ ହେବନାହିଁ’।

ଟ୍ବିଟର ଏବଂ ଏଲନ ମସ୍କ ବିବାଦକୁ ନେଇ ସେ କହିଛନ୍ତି, ‘ଟ୍ବିଟର୍‌ ଇଜ୍‌ ଏ ୟୁଜ୍‌ଲେସ୍‌ ଥିଙ୍ଗ (ଟ୍ବିଟର ହେଉଛି ବେକାର୍‌ ଜିନିଷ) । ଜଣେ ଦିନକୁ କେବଳ ୫ ରୁ ୧୦ ମିନିଟ୍‌ ଟ୍ବିଟର ବ୍ୟବହାର କରିବା ଉଚିତ । କାରଣ ଏହା ନକାରାତ୍ମକ ପ୍ରଭାବ ପକାଉଛି । ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ଇନଷ୍ଟାଗ୍ରାମ ଦେଖିବା ଦ୍ବାରା ଦୈନନ୍ଦୀନ ଜୀବନ ଉପରେ ଏହା ଗୁରୁତର ପ୍ରଭାବ ପକାଉଛି । ମୁଁ କେବଳ ସେହିମାନଙ୍କ ଆଖି ଖୋଲିଦେବାକୁ ଚାହୁଁଛି । ନିଜ ଲକ୍ଷ୍ୟ ପ୍ରତି ଫୋକସ୍‌ କରିବା ଉଚିତ’।