PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଅତିଥି ଭବନ ପାଇଁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ, ୨୨।୩ : ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଜମି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଜମିରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ କରାଯିବ । ରଥଯାତ୍ରା,ସ୍ନାନଯାତ୍ରା ଓ ବିଭିନ୍ନ ଛୁଟି ସମୟରେ ପୁରୀକୁ ଲକ୍ଷାଧିକ ପଶ୍ଚିମବଙ୍ଗ ଯାତ୍ରୀମାନେ ଆସିଥାନ୍ତି ।ଏହି ସମୟରେ ଏହି ଅତିଥି ଭବନକୁ ସେମାନେ ବ୍ୟବହାର କରିପାରିବେ ।ରାଜ୍ୟ ସରକାର କେତେ ପରିମାଣର ଜମି ଦେବେ ତାହା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ। ସମ୍ପୃକ୍ତ ଜମିର କିଶମ ମୁର୍ତ୍ତିକା ପରିକ୍ଷା ଆର୍କୋଲୋଜିକାଲ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ ହେବାପରେ ଗେଷ୍ଟହାଉସ ନିର୍ମାଣ କରାଯିବ ବୋଲି କହିଛନ୍ତି।

ଏହି ଅଞ୍ଚଳରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ବ୍ରୀଜ୍ ନିର୍ମାଣ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ ରାସ୍ତା ଓ ଭୌଗୋଳିକ ଏବଂ ଅନ୍ୟାନ୍ୟ କାରଣରୁ ଏହି ସ୍ଥାନ ବେଶ ପସନ୍ଦ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେହେତୁ ହକି ମହାକୁମ୍ଭକୁ ନିମନ୍ତ୍ରଣ କରାଯାଇଥିଲା ଆସିପାରିନଥିଲି ତେଣୁ ଏଥର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଏହି ଜାଗାକୁ ଆମେ ନୂଆ ପୁରୀର ରୂପ ଦେବୁ । ନବୀନଙ୍କୁ ପୂର୍ବରୁ ଭେଟିଛି,ଏଥର ମଧ୍ୟ ଭେଟଘାଟ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ଓ ପୁରୀ ହେଉଛି ମୋର ପ୍ରଥମ ଘର ବୋଲି କହିଛନ୍ତି ମମତା ।ସେପଟେ ତୃତୀୟ ସାମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତରକୁ ଏଡାଇ ଯାଇଛନ୍ତି ମମତା । କହିଛନ୍ତି ରାଜନୈତିକ ଟିପ୍ପଣୀ ଦେବା ସମୟ ଏ ନୁହେଁ ।

ସେପଟେ ରାଜ୍ୟ ମୁଖ୍ୟ ଶାସନ ସଚିବ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇଦିଆଯିବ। ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଷ୍ଟହାଉସ ନିର୍ମାଣ ପାଇଁ ଆବେଦନ କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେତେ ପରିମାଣର ଜମି ଯୋଗାଇଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି