ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ରେ ହଠାତ୍ ୪୫ ଡିଗ୍ରୀ ହ୍ରାସ ପାଇଲା ତାପମାତ୍ରା: ନଦୀ ପାଣି ହୋଇଗଲା ବରଫ, ମରିଗଲେ ହଜାର ହଜାର ପକ୍ଷୀ

ବେଜିଂ,୨୦।୨:  ଚୀନ୍‌ରେ ରବିବାର ହଠାତ ତାପମାତ୍ରା ୪୫ ଡିଗ୍ରୀ  ହ୍ରାସ ପାଇଛି,ଯାହାଫଳରେ ଏବେ ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଚୀନ୍‌ର ସାମ୍ବାଦିକ ଜେନିଫର ଜେଙ୍ଗ ଏକ ଟ୍ବିଟ୍‌ କରିଛନ୍ତି, ଯେଉଁଥିରେ ଶତାଧିକ ଓ୍ବାଟରଫାଉଲ ଅର୍ଥାତ ଜଳପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳିଛି। ତାହା ପୁଣି ଏକ ଜମା ହୋଇଥିବା ନଦୀ ଉପରେ ମରିକି ପଡିଛନ୍ତି। ଜେଙ୍ଗ ଏହି ପ୍ରଶ୍ନ ଉଠାଉଛନ୍ତି ଯେ, କ’ଣ ଗ୍ଲୋବାଲ ଓାର୍ମିଂ କାରଣରୁ ଏହା ହୋଇଛି ?

ଚୀନ୍‌ରେ ରବିବାର ଦୁଇଥର ଦୃତ ଗତିରେ ପାଣିପାଗ ବଦଳିଥିଲା। ପ୍ରଥମ ଥର ବାଲିଝଡ ଆସିଥିଲା। ଦ୍ବିତୀୟ ଥର ଯୋରଦାର ବରଫ ବୃଷ୍ଟି ହୋଇଥିଲା। ଜେନିଫରଙ୍କ ଭିଡିଓ ଦେଖି ଲାଗୁଛି ହଠାତ ତାପମାତ୍ରା ହ୍ରାସ ପାଇବା କାରଣରୁ ନଦୀ ଗୁଡିକ ଜମି ଯାଇଛି, ସେଥିରେ ପହଁରୁଥିବା ପକ୍ଷୀ ଫଶିକି ମରି ଯାଇଛନ୍ତି। ତାଙ୍କୁ ଉଡିବାର ସମୟ ମଧ୍ୟ ମିଳିପାରିଲାନି।

ଏହି ଭିଡିଓ ଖୁବ୍ ଭୟଙ୍କର। ଯେଉଁଭଳି ଭାବରେ ସାରା ଦୁନିଆରେ ତାପମାତ୍ରା ବଦଳି ଯାଉଛି। ତାହାଦ୍ବାରା ପାଣିପାଗରେ ଖୁବ୍ ପରିବର୍ତ୍ତନ ହେଉଛି। ଏଭଳି ସ୍ଥିତିରେ ଚରମ ବିପଦ କେବେ ବି ଆସିପାରେ। କଥା କେବଳ ଏହି ମରି ଯାଇଥିବା ପକ୍ଷୀ ନୁହେଁ, ବଂର ଏହି ନଦୀ ଭିତରେ ଥିବା ମାଛ ମଧ୍ୟ ଏଭଳି ଜମିକି ମରି ଯାଉଛନ୍ତି କିମ୍ବା ଥଣ୍ଡାରେ ମରି ଯାଇଥିବେ। କାରଣ ଜଳପକ୍ଷୀଙ୍କ ସଂଖ୍ୟା କହୁଛି ଯେ, ସେଠାରେ ମାଛ ଅଧିକ ରହିଥିବେ। ଚୀନ୍‌ର ଶିନାଜିୟାଙ୍ଗରେ ୬୪ ବର୍ଷର ରେକର୍ଡ ଭାଙ୍ଗି ଯାଇଛି। ହାଡ ଭାଙ୍ଗି ଦେବା ଭଳି ତାପମାତ୍ରା ରହିଛି। ସଡକ ଓ ହାଇଓ୍ବେରେ ଭୟଙ୍କର ବରଫ ଜମି ରହିଛି। ଯେଉଁ କାରଣରୁ ଯାତ୍ରା କଷ୍ଟକର ହୋଇଯାଇଛି।  ଚୀନ୍ ଏକ ପ୍ରକାର ଡିପ୍ ଫ୍ରିଜ୍‌ କଣ୍ଡିସନ୍‌ରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.