ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ତାଇୱାନ ସୀମାରେ ଚୀନ୍‌ର ରୋବୋଟିକ୍‌ ଡଗ୍‌, ସୈନ୍ୟଙ୍କ ପରି ଚଳାଉଛି ଗୁଳି

ନୂଆଦିଲ୍ଲୀ ୨୮/୦୫: ତାଇୱାନ ସୀମା ଚାରିପାଖରେ ଚୀନ୍‌-କାମ୍ବୋଡିଆ ମିଳିତ ଯୁଦ୍ଧାଭ୍ୟାସ ଚଲାଇଥିବାବେଳେ ଏଥିରେ ଚୀନ୍‌ର ରୋବୋଟିକ୍‌ ଡଗ୍‌ ବି ସାମିଲ ହୋଇଛି । ଏହି ରୋବୋ କୁକୁର ସୈନ୍ୟଙ୍କ ପରି ଗୁଳି ଚଳାଇବାର କ୍ଷମତା ରଖିଛି । ରୋବୋ ଡଗ୍‌ ୩୨୮ ଫୁଟ୍‌ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏବେ ଚୀନ୍‌ର ଯୁଦ୍ଧାଭ୍ୟାସରେ ଏହାକୁ ବ୍ୟବହାର କରଯିବା ସହ ତାଲିମ ମଧ୍ୟ ଦିଆଯାଉଛି । ଚାଇନିଜ୍‌ ରୋବୋ ଡଗ୍‌ ସୈନ୍ୟର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି । ଯୁଦ୍ଧାଭ୍ୟାସରେ ଏହି ରୋବୋ ଭାଗ ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଚୀନ୍‌ର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଅନୁସାରେ, ଅତ୍ୟାଧୁନିକ ଫିଚର୍‌ ଥିବା ଏହି ରୋବୋ ଯୁଦ୍ଧରେ ବେଶ୍‌ କୌଶଳ ଦେଖାଇପାରିବ ଏବଂ ଏହାଦ୍ୱାରା ସୈନ୍ୟଙ୍କ ମୃତାହତ କମିପାରିବ । ରିପୋର୍ଟ ଅନୁସାରେ, ଏବେ ଚୀନ୍‌, ଆମେରିକା ଭଳି ଅନ୍ୟ ବିକଶିତ ଦେଶଗୁଡ଼ିକ ମଣିଷ ଭଳି କାମ କରିପାରୁଥିବା ଏବଂ ଅନୁରୂପ ଦକ୍ଷତାବିଶିଷ୍ଟ ରୋବୋ ନିର୍ମାଣ କରୁଛନ୍ତି । ଏପରିକି ଯୁଦ୍ଧରେ ଲଢ଼ିବା ଭଳି ଦକ୍ଷତା ଥିବାଭଳି ସୈନ୍ୟ ରୋବୋ ତିଆରି କରୁଛନ୍ତି ।  ଚୀନ୍‌ର ଏହି ରୋବୋର ଓଜନ ୧୫ କେଜି ହେବ । ଏଥିରେ ୪ଡି-ସୁପର-ୱାଇଡ-ଆଙ୍ଗେଲ୍‌ ସେନ୍ସର ସିଷ୍ଟମ ରହିଛି । ରୋବୋଟିକ୍‌ ଡଗ୍‌ର ବ୍ୟାଟେରି ଏବଂ ପାୱାର ସିଷ୍ଟମ ଅଛି ଯାହା କି ୨ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ । ଏହା ଆଗୁଆ ଏବଂ ପଛୁଆ ଚାଲିପାରିବ, ଡେଇଁପାରିବ, ନଇଁପାରିବ, କମ୍‌ ସମୟରେ ଟାର୍ଗେଟ ନିକଟରେ ପହଞ୍ଚିବା ଲାଗି ବାଟ ବାଛିପାରିବ । ରିମୋଟ କଣ୍ଟ୍ରୋଲ ଦ୍ୱାରା ଏହା ପରିଚାଳିତ ହେବା ସହ ଏହା କମାଣ୍ଡ ସେଣ୍ଟରକୁ ରିଅଲ ଟାଇମ୍‌ରେ ଡାଟା ପଠାଇପାରିବ । 

ଚୀନ୍‌ର ଯୁଦ୍ଧାଭ୍ୟାସରେ ନିକଟରେ ସାମିଲ ହୋଇଥିବା ଏହି ରୋବୋ କ୍ୟୁବିଜେଡ୍‌-୯୫ ଆସଲ୍ଟ ରାଇଫଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ଚୀନ୍‌ ମିଡିଆ ରିପୋର୍ଟ ଅନୁସାରେ, ରୋବୋ ଡଗ୍‌ର ଆଉ ଏକ ଭର୍ସନ ରହିଛି । ଏହାର ଓଜନ ୫୦ କେଜିରୁ ଅଧିକ ହେବ । ଏହାକୁ ସଶସ୍ତ୍ର ଆସଲ୍ଟ ମିଶନରେ ସାମିଲ କରାଯାଇପାରିବ । ଚୀନ୍‌ ପ୍ରଯୁକ୍ତି ଏବଂ ରଣନୀତି ବ୍ୟବହାର କରି ଅନେକ ପ୍ରକାରର ରୋବୋର ପରୀକ୍ଷଣ ଚଲାଇଛି । ଅଧିକ ବିପଦଜ୍ଜନକ କାମ ପାଇଁ ଅଧିକ ସକ୍ଷମ ରୋବୋ ବନାଯାଉଛି । ରୋବୋ ଡଗ୍‌ ଯୁଦ୍ଧରେ ଚୀନ୍‌ ପାଇଁ ବେଶ୍‌ ମୂଲ୍ୟବାନ ପ୍ରମାଣିତ ହେବ ଏବଂ ଏହା ସୈନ୍ୟଙ୍କ ମୃତାହତ ସଂଖ୍ୟା କମାଇପାରିବ ବୋଲି ଚୀନ୍‌ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଚୀନ୍‌ ଏବଂ ଆମେରିକାଠାରୁ ବେଶ୍‌ ପଛରେ ରହିଛି । ଭାରତୀୟ ସେନା ନିକଟରେ ରୋବୋଟିକ୍‌ ଡଗ୍‌ ମ୍ୟୁଲ ଲଞ୍ଚ୍‌ କରିଛି । ଏହାକୁ ଗତ ମାର୍ଚ୍ଚ ୧୨ରେ ପୋଖରାନ୍‌ରେ ହୋଇଥିବା ଯୁଦ୍ଧାଭ୍ୟାସରେ ପ୍ରଦର୍ଶିତ କରାଯାଇଥିଲା । ଏହା ସେନାର ତଦାରଖ କାମ ଏବଂ ଯୁଦ୍ଧ ଅଭିଯାନଗୁଡ଼ିକରେ ସହାୟତା କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.