ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଆତଙ୍କବାଦୀ ଆକ୍ରମଣ: ପାକ୍‌ରେ ୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଚୀନ କମ୍ପାନି

ଇସ୍‌ଲାମାବାଦ,୨୯/୦୩: ପାକିସ୍ତାନରେ ଗତ  ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣ ଯୋଗୁ ୫ ଚୀନ୍‌  ନାଗରିକଙ୍କ ମୃତ୍ୟୁ ଘଟିବା ପରେ ଚୀନ୍‌ର ଏକ କମ୍ପାନୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିକଟରେ ନିର୍ମାଣ କାମ ରୋକିଛି ।  ଏଥିସହ ପ୍ରାୟ ୨ ହଜାର ଶ୍ରମିକଙ୍କୁ ଛଟେଇ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଖାଇବର ପଖତୁନ୍‌ଖ୍ୱା  ପ୍ରଦେଶରେ ଥିବା ଦାସୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ଏକ ବସ୍‌କୁ ଟାର୍ଗେଟ କରି  ଧକ୍କା ଦେଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ।  ସେମାନଙ୍କ ମଧ୍ୟରେ ୫ ଜଣ ଚୀନ୍‌ ନାଗରିକ ଥିଲେ । ଏହି  ପ୍ରକଳ୍ପ ନିର୍ମାଣରେ ଚୀନ୍‌ ସହଯୋଗ କରୁଛି । ଏହା ୨୦୨୧  ପରଠାରୁ କୌଣସି ଚୀନ୍‌ ପ୍ରକଳ୍ପ ସହ ଜଡ଼ିତ ଏପରି ଆତଙ୍କବାଦୀ ଆକ୍ରମଣ ଘଟଣା ଦ୍ୱିତୀୟ । 

ଚୀନ୍‌ କମ୍ପାନି ପାୱାର କନ୍‌ଷ୍ଟ୍ରକସନ କର୍ପୋରେସନ ଅଫ୍‌ ଚାଇନା(ପିସିସିସି)  ଏହି ପ୍ରକଳ୍ପ ଟାର୍ବେଲାଫିପ୍‌ଥ ଏକ୍ସଟେନ୍‌ସନ ହାଇଡ୍ରୋପାୱାର  ପ୍ରୋଜେକ୍ଟ କାମ ହାତକୁ ନେଇଥିଲା । ୨୦୨୬ ମେ’ ସୁଦ୍ଧା ଏହି  ପ୍ରୋଜେକ୍ଟ କାମ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା । ଚୀନ୍‌  ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ  ସମେତ ଏସିଆନ ଇନ୍‌ଫ୍ରାଷ୍ଟ୍ରକଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରୁ  ଆର୍ଥିକ ସହଯୋଗ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.