ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ମାଳଦ୍ବୀପ: ଅଷ୍ଟ୍ରେଲିଆ ଖେଳାଳି ରହୁଥିବା ସ୍ଥାନର କିଛି ଦୂରରରେ ଖସିଲା ଚୀନର ଅନିୟନ୍ତ୍ରିତ ରକେଟ୍, ଡେଭିଡ ଓ୍ବାର୍ଣ୍ଣର କହିଲେ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଧିକା ହେବାରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡ଼ିଥିଲା। ପ୍ରାୟ ସମସ୍ତ ଖେଳାଳି ନିଜ ନିଜ ଘରକୁ ଫେରି ସାରିଲେଣି ହେଲେ ଅଷ୍ଟ୍ରେଲିଆ ନିଜ ଦେଶରେ କଟକଣା ଲାଗିଥିବାରୁ ସ୍ବଦେଶ ଫେରି ପାରି ନାହାନ୍ତି। ସମସ୍ତ ଖେଳାଳି ବର୍ତ୍ତମାନ ମାଳଦ୍ବୀପର ରିସର୍ଟରେ କ୍ବାରାଣ୍ଟିନରେ ଅଛନ୍ତି। ହେଲେ ନିକଟରେ ଏଭଳି କିଛି ଘଟଣା ଘଟିଥିଲା ଯେଉଁଥିରେ ଡେଭିଡ ଓ୍ବାର୍ଣ୍ଣରଙ୍କ ସମେତ କିିଛି ଅଷ୍ଟ୍ରେଲିଆ ଖେଳାଳି ଭୟଭୀତ ହୋଇଥିଲେ। ସେମାନଙ୍କ ଡରିବାର କାରଣ କରୋନା ନଥିଲା ବରଂ ଚୀନର ଅନିୟନ୍ତ୍ରି ରକେଟ୍ ଲଙ୍ଗ ମାର୍ଚ୍ଚ-ବି ଥିଲା।

ସୂଚନାଥାଉକି, ନିକଟରେ ଏହି ରକେଟ୍‌ର ଭଗ୍ନାବଶେଷ ମାଳଦ୍ଵୀପ ନିକଟରେ ଭାରତ ମହାସାଗରରେ ଖସିଥିଲା। ବଡ କଥା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ରକେଟ୍‌ର ଅଧିକାଂଶ ଅଂଶ ଜଳି ଯାଇଥିଲା। ଏହି କାରଣରୁ କୌଣସି ବଡ ଧରଣର କ୍ଷତି ଘଟିନଥିଲା।

ହେଲେ ସବୁଠୁ ବଡ଼ କଥା ହେଲା ରକେଟ୍ ଯେଉଁଠି ଖସିଥିଲା, ସେଠାରୁ କିଛି ଦୂରରେ ଥିବା ରିସର୍ଟରେ ଅଷ୍ଟ୍ରେଲିଆ ଖେଳାଳି ଓ ସଦସ୍ୟ ରହିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ସହିତ ଅନେକ ଖେଳାଳି ରକେଟ୍ ଖସିବାର ଶବ୍ଦ ଶୁଣିଥିଲେ। ସେମାନଙ୍କୁ ଲାଗିଥିଲା ଯେ, କୌଣସି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଡରି ଯାଇଥିଲେ। ଓ୍ଵାର୍ଣ୍ଣରଙ୍କ ସହିତ ଅଷ୍ଟ୍ରେଲିଆର ୩୭ ଖେଳାଳି, ସପୋର୍ଟ ଷ୍ଟାଫ ଓ ଅମ୍ପାୟର ବର୍ତ୍ତମାନ ମାଳଦ୍ଵୀପରେ କ୍ବାରାଣ୍ଟିନରେ ଅଛନ୍ତି।

ଡେଭିଡ ଓ୍ବାର୍ଣ୍ଣର ଏକ ଗଣମାଧ୍ୟମ ସଂସ୍ଥା ସହ ଆଲୋଚନା କଲା ବେଳେ କହିଛନ୍ତି ଯେ, ଆମେ ରିସର୍ଟରେ ଶୋଇଥିବା ସମୟରେ ସକାଳ ପ୍ରାୟ ୫ଟା ୩୦ରେ ଏକ ବଡ ଧରଣର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିରେ ଆମେ ଭୟଭୀତ ହୋଇ ପଡିଥିଲୁ। ପରେ ସ୍ଥାନୀୟ ବିଶେଷଜ୍ଞ ଜଣାଇଲେ ଯେ, ଏହି ବିସ୍ଫୋରଣ ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ ହୋଇଥିଲା। ଏହି କାରଣରୁ ଜୋରରେ ଶବ୍ଦ ହୋଇଥିଲା। କିଛି ଲୋକ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଚୀନର ଅନିୟନ୍ତ୍ରିତ ରକେଟ୍ ନା କୌଣସି କ୍ଷତି ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ଏକ ସପ୍ତାହ ହେବ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଥିବା ଚୀନର ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ ଅନେକ ଦେଶ ଆଶ୍ଵସ୍ତି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.