PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଡିଏନ୍ଏ ରିପୋର୍ଟରୁ ଜଣାପଡିଲା ଯାଆଁଳା ପିଲାଙ୍କ ବାପା ଅଲଗା ଅଲଗା, ଜାଣନ୍ତୁ କିପରି …

ବେଜିଂ,୩୦।୩: ଚୀନର ଶିୟାମେନ୍ ସହରରେ ଜଣେ ମହିଳା ଜନ୍ମ ଦେଇଛନ୍ତି ଯାଆଁଳ ସନ୍ତାନ, କିନ୍ତୁ ଯାଞ୍ଚ ପରେ ଜଣାପଡିଥିଲା ଦୁହିଁଙ୍କର ବାପା କିନ୍ତୁ ଅଲଗା-ଅଲଗା। ଯେତେବେଳେ ଜନ୍ମ ପଞ୍ଜିକରଣ କରା ଯିବା ପାଇଁ ଟେଷ୍ଟ କରାଯାଇଥିଲା ରିପୋର୍ଟ ଦେଖି ଏହି ଜମକ ସନ୍ତାନଙ୍କ ବାପାଙ୍କର ହୋସ୍ ଉଡିଯାଇଥିଲା। ଏହି ମାମଲା ନିଜ ଭିତରେ ସବୁଠାରୁ ଭିନ୍ନ ରହିଛି। ଘଟଣାଟି ଆଶ୍ଚର୍ଯ୍ୟକର ଜଣାପଡୁଥିଲେ ମଧ୍ୟ ପ୍ରକୃତ କଥାଟି ଯେତେବେଳେ ଜଣାପଡିଥିଲା ତାହା ଶୁଣି ପରିବାର ଲୋକଙ୍କର ହୋସ୍ ଉଡିଯାଇଥିଲା।

source: https://extra.ie

ଏହି ଘଟଣାଟି ଚୀନର ଶିୟାମେନ୍ ସହରରେ ଘଟିଛି। ଜନ୍ମ ପଞ୍ଜିକରଣ କରିବା ପାଇଁ ଏହି ଦମ୍ପତ୍ତିଙ୍କୁ ପ୍ରମାଣ ଭାବରେ ପାଟର୍ନିଟି ଟେଷ୍ଟ ରିପୋର୍ଟ ଦେବାର ଥିଲା। ସେମାନେ ଲୋକାଲ ପୋଲିସ ଷ୍ଟେସନ୍ ଯାଇଥିଲେ। ଜାଆଁଳ ସନ୍ତାନଙ୍କର ଡିଏନଏ ଟେଷ୍ଟରୁ ଯେତେବେଳେ ଜଣାପଡିଥିଲା ତାଙ୍କର ବାପା ଭିନ୍ନ ଭିନ୍ନ ତାହା ଖୁବ୍ ଆଶ୍ଚର୍ଯ୍ୟ କରିଥିଲା ସମସ୍ତଙ୍କୁ। ରିପୋର୍ଟ ଦେଖି ଜମକ ସନ୍ତାନଙ୍କ ବାପା ଶିୟାଓଲୋଙ୍ଗ ଜାଣିପାରିଥିଲେ ଦୁହିଁଙ୍କ ଭିତରୁ ଗୋଟିଏ ପିଲା ତାଙ୍କର ନୁହେଁ। ବହୁ ପ୍ରକାର ଯାଞ୍ଚ ପରେ ମହିଳା ଜଣକ ସ୍ବୀକାର କରିଥିଲେ ସେ ତାଙ୍କର ସ୍ବାମୀଙ୍କୁ ଧୋକା ଦେଇଛନ୍ତି।

source: https://extra.ie

ରିପୋର୍ଟ ଦେଖିବା ପରେ ଶିୟାଓଲୋଙ୍ଗ ରାଗି ଯାଇଥିଲେ। ତାଙ୍କ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ। ମହିଳା ଜଣକ ପ୍ରଥମେ ରିପୋର୍ଟକୁ ମିଛ ବୋଲି କହିଥିଲେ। କିନ୍ତୁ ଶେଷରେ ରାଜି ହୋଇଥିଲେ ତାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଶାରିରୀକ ସମ୍ପର୍କ ରହିଥିଲା। ଏହାପରେ ଶିୟାଓଲୋଙ୍ଗ କହିଥିଲେ ସେ ନିଜର ପିଲାକୁ ଗ୍ରହଣ କରିବାକୁ ରାଜି, କିନ୍ତୁ ଅନ୍ୟ ପିଲାଟିକୁ ଗ୍ରହଣ କରିବେନି। ଚୀନରେ ଏଭଳି ଏକ ଘଟଣା ମଧ୍ୟ ପୂର୍ବରୁ ଘଟିସାରିଛି। ଏହାକୁ ହେଟେରୋପାଟେର୍ନାଲ ସୁପରଫେକଣ୍ଡେସନ୍ ନାମରେ ଜଣାଯାଏ। ଗୋଟିଏ ସମୟରେ ଦୁଇଟି ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଗର୍ଭବତୀ ହେବା ମାମଲା ଖୁବ୍ ସ୍ପେଶାଲ। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଠାରୁ ଗର୍ଭବତୀ ହେବାର କିଛି ଘଣ୍ଟା ପରେ ଆଉ ଜଣେ ବ୍ୟକ୍ତି ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ଖବର ଅନୁସାରେ ଏବେ ସ୍ବାମୀ-ସ୍ତ୍ରୀ ପରସ୍ପର ନିଜର ଏହି ମାମଲାର ସମାଧାନ କରିସାରିଛନ୍ତି।