କୋଲକାତା,୧୪।୯: କୋଲକାତା ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଗତ ୩୩ ଦିନ ଧରି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଆପଣଙ୍କ ବିରୋଧ ପ୍ରଦର୍ଶନକୁ ମୁଁ ସଲାମ କରୁଛି। ମୁଁ ବି ଜଣେ ଛାତ୍ର ନେତ୍ରୀ ଥିଲି। ଗତକାଲି(ଶୁକ୍ରବାର) ଖୁବ୍ ବର୍ଷା ହୋଇଥିଲା। ଆପଣମାନେ ଶୋଇ ପାରିନଥିଲେ, ନା ମୁଁ ବି ଶୋଇପାରିଲି। ଏହା ବିଗତ ୩୩ ଦିନ ଧରି ଜାରି ରହିଛି’
ଯେତେବେଳେ ଆପଣ ଶୋଇଥାନ୍ତି ଆମେ ଚାହିଁଥାଉ। ମୋ ପୋଷ୍ଟ ନୁହେଁ, ଆପଣଙ୍କ ପୋଷ୍ଟ ବଡ। ମୁଁ ଶୁକ୍ରବାର ରାତିରେ ଶୋଇ ପାରିନଥିଲି, କାରଣ ଆପଣ ସମସ୍ତେ ଏହି ପ୍ରବଳ ବର୍ଷାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏତେ କଷ୍ଟ ସହୁଛନ୍ତି। ଯଦି ଆପଣ ପ୍ରଦର୍ଶନ ଶେଷ କରିବାକୁ ଚାହାନ୍ତି ତେବେ ମୁଁ ଆପଣଙ୍କ ସହ ଅଫିସିଆଲି କଥା ହେବି ଓ ଆପଣଙ୍କ ଦାବି ବିଷୟରେ ଆଲୋଚନା କରିବି।
ମୁଁ ଆପଣ ସମସ୍ତଙ୍କ ଦାବି ଉପରେ ବିଚାର କରିବି। ମୁଁ ସିବିଆଇକୁ କହିବୁ ଅପରାଧିଙ୍କୁ ଫାଶୀ ଦିଅନ୍ତୁ। ଯଦି ଆପଣ କାମକୁ ଫେରିବାକୁ ଚାହାନ୍ତି, ତେବେ ମୁଁ ପ୍ରତିଶୃତି ଦେଉଛି ଆପଣଙ୍କ ଦାବିର ଅଧ୍ୟୟନ କରିବି। ମୁଁ ଆପଣଙ୍କ ଦାବି ଉପରେ ବିଚାର କରିବି। ଏଭଳି ସ୍ଥିତିରେ ଆପଣଙ୍କୁ ଅନୁରୋଧ କରୁଛି, ମୋତେ କିଛି ସମୟ ଦିଅନ୍ତୁ। ଯଦି ଆପଣ କିଛି ସମୟ ଦିଅନ୍ତି ତେବେ ମୁଁ ଆପଣଙ୍କ ଦାବି ଉପରେ ବିଚାର କରିବି। ମୁଁ ସେହି ରାତିରେ ଶୋଇ ପାରୁନି ଯେତେବେଳେ ଆପଣ ସଡକ ଉପରେ ଥିଲେ। ମୁଁ ଆପଣଙ୍କୁ ଏହା କହିବାକୁ ଆସିଛି, ଦୟାକରି ଏଭଳି କରନ୍ତୁ ନାହିଁ। ମୁଁ ପ୍ରତିଶୃତି ଦେଉଛି ଆପଣଙ୍କ ଦାବି ପୂରଣ କରିବି। ମୁଁ ସିବିଆଇକୁ ପଚାରିବି ଓ ଅନୁରୋଧ କରିବି। ଯଦି ଆପଣ ମୋତେ ଭରସା କରନ୍ତି, ତେବେ ଦୟାକରି ସମୟ ଦିଅନ୍ତୁ। ଯଦି ମୁଁ କାହାକୁ ଦୋଷୀ ପାଇବି ନିଶ୍ଚିତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।