ଭୁବନେଶ୍ଵର, ୧୮/୦୯ : ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆକାଶମାର୍ଗରୁ ସେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ବାଲେଶ୍ଵରର ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତାର ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି।
ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ଵର ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ। ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ୩ଟି ନଦୀରେ ଜଳସ୍ତର ବଢିଛି। ତଳିଆ ଅଞ୍ଚଳର ୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୬ଟି ବକ୍ଲର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି। ୩୫ଟି ପଞ୍ଚାୟତ ବେଶୀ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ ଓ ଓଡ୍ରାଫ ଟିମ୍ ସାମିଲ ଅଛନ୍ତି।
ପ୍ରକାଶ ଥାଉକି, ଲଗାଣ ବର୍ଷା ପ୍ରଭାବରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ବଢ଼ିଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ପାଣି ପଶିଛି । ଲୋକେ ଜଳବନ୍ଦୀ ହୋଇ ଅଛନ୍ତି । ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଆଗକୁ ସୁବର୍ଣ୍ଣରେଖା ଜଳସ୍ତର ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହା ବସ୍ତା, ଭୋଗରାଇ ଓ ବାଲିଆପାଳରେ ଅଧିକ ବିପଦ ସୃଷ୍ଟି କରିପାରେ ।