ଭାରତରେ ଲଞ୍ଚ ହେବ କୋକା-କୋଲା ଫୋନ୍, ଡିଜାଇନ୍ ଓ ଫିଚର୍ସ ହେଲା ଲିକ୍

ନୂଆଦିଲ୍ଲୀ,୨୫।୧: ଆପଣ ନିଶ୍ଚିତ ଭାବରେ କୋକାକୋଲା ଡ୍ରିଙ୍କସ୍ ନାମ ଶୁଣିଥିବେ, କିନ୍ତୁ ବର୍ତ୍ତମାନ କୋକାକୋଲାର ଫୋନ୍ ମଧ୍ୟ ବଜାରକୁ ଆସୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋକାକୋଲା ଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ଚଳିତ ବର୍ଷ ପ୍ରଥମ ତୈୟମାସିକରେ ଭାରତରେ କୋକାକୋଲା ଲଞ୍ଚ ହେବ। କୁହାଯାଉଛି ଯେ କୋକାକୋଲା ଏଥିପାଇଁ ସ୍ମାର୍ଟଫୋନ୍ ବ୍ରାଣ୍ଡ ସହ ସହଭାଗୀ ହୋଇଛି, ଯଦିଓ ଏହି ସହଭାଗୀତା କେଉଁ ମୋବାଇଲ୍ ବ୍ରାଣ୍ଡ ସହିତ ଅଛି ସେ ସମ୍ପର୍କରେ ସୂଚନା ନାହିଁ।
ରିପୋର୍ଟ ଅନୁସାରେ, ରିଏଲମି 10 4G କୁ କୋକାକୋଲା ଫୋନ୍ ନାମରେ ଆଗତ କରାଯିବ। ଫୋନ୍ର ଫିଚର୍ସ ରିଅଲମିର ଫୋନ୍ ଭଳି ହେବ। କୋକାକୋଲା ଫୋନ୍ରେ ରିଅଲମି10 4G ଭଳି ମିଡିଆଟେକ୍ Helio G99 ପ୍ରୋସେସର ସହିତ ଗ୍ରାଫିକ୍ସ ପାଇଁ ARM G57 MC2 GPU ମିଳିବ। ଏହାଛଡା ଫୋନ୍ରେ ୬.୪ ଇଞ୍ଚର ଡିସପ୍ଲେ ଉପଲବ୍ଧ ହେବ।
[Exclusive] Here's the all new #Cola Phone 😍
— Mukul Sharma (@stufflistings) January 24, 2023
Can confirm that the device is launching this quarter in India.
Coca-Cola is collaborating with a smartphone brand for this new phone.
Feel free to retweet.#ColaPhone pic.twitter.com/QraA1EHb6w
ଟିପଷ୍ଟର ମୁକୁଲ ଶର୍ମାଙ୍କ ଅନୁଯାୟୀ, ଆଗାମୀ ଫୋନ୍ ବିଷୟରେ କୋକାକୋଲା କମ୍ପାନୀ ସୂଚନା ଦେଇଛି। କୋକାକୋଲା ଫୋନର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଫୋନର ଡିଜାଇନ୍ ଦେଖିବାକୁ ମିଳେ | ଏଲଇଡି ଫ୍ଲାସ୍ ଲାଇଟ୍ ସହିତ ଫୋନର ପଛ ପ୍ୟାନେଲରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ | କୋକାକୋଲା ଫୋନ୍ ଲାଲ ରଙ୍ଗରେ ଦିଆଯିବ। କୁହାଯାଉଛି ଯେ, କୋକାକୋଲା ଫୋନ୍ ରିଏଲମି ୪-ଜି ଫୋନ୍ର ରି-ବ୍ରାଣ୍ଡେଡ୍ ଭର୍ସନ ହେବ। ଏଭଳି ସ୍ଥିତିରେ ଏହାର ଫିଚର୍ସ ମଧ୍ୟ ରିଅଲମି ଫୋନ୍ ଭଳି ହେବ।