PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର,୦୬/୦୨: ରାଜ୍ୟରେ ଭାଇରାଲ୍‌ ଫିଭରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ତିନି ଗୁଣା ବଢ଼ିଛି । ପୂର୍ବ ବର୍ଷମାନ ଅପେକ୍ଷା ଚଳିତ ବର୍ଷ ଦୁଇ ମାସ ଭିତରେ, ତିନି ଗୁଣରୁ ଅଧିକ ମାତ୍ରାରେ ଶିଶୁ ଭୂତାଣୁ ଜନିତ ଜ୍ୱରରେ ପୀଡ଼ିତ ହେଲେଣି । ଅଧିକ ମାତ୍ରାରେ ଶିଶୁଙ୍କ ସଂକ୍ରମଣକୁ ନେଇ ଅଭିଭାବକଙ୍କ ଭିତରେ ଚିନ୍ତା ବଢ଼ିଛି । କେବଳ ଶିଶୁ ନୁହଁନ୍ତି, ବୟସ୍କ ମଧ୍ୟ ଏହି ଭୂତାଣୁ ସଂକ୍ରମଣରୁ ବାଦ ପଡ଼ିନାହାନ୍ତି । ମୋଟାମୋଟି କହିବାକୁ ଗଲେ ଥଣ୍ଡା ଜ୍ୱରରେ ସାରା ରାଜ୍ୟରେ ଏବେ ସ୍ଥିତି ଅସମ୍ଭାଳ । ପରିବାରରେ ଜଣକୁ ହେଲେ, ଜଣେ ପରେ ଜଣେ ଏଥିରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଔଷଧ ଖାଇବା ପରେ ଥଣ୍ଡା ଓ ଜ୍ୱର ଭଲ ହେଉଛି । ମାତ୍ର କାଶ ଓ ମୁଣ୍ଡ ବିନ୍ଧା ସେମିତି ଲାଗିରହୁଛି । କୋଭିଡ ପରବର୍ତ୍ତୀ ଏହି ସଂକ୍ରମଣର କାରଣ ଓ ନିରାକରଣ ଏବେ ଡାକ୍ତର, ଗବେଷକ ଓ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧା ପାଲଟିଛି ।

ଆରଏମ୍‌ଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଥଣ୍ଡା ଜ୍ୱର ସଂକ୍ରମଣ ବଢ଼ୁଥିବା ଦେଖାଯିବା ପରେ ‘ଫ୍ଲୁ ସର୍ଭେଲାନ୍ସ’ କାର୍ଯ୍ୟକ୍ରମ ଜାରି ରଖିଛି । ଫ୍ଲୁ କେତେ ଦିନ ରହୁଛି । ଏହା କେତେ ମାତ୍ରାରେ ଜଟିଳତା ସୃଷ୍ଟି କରୁଛି, ତାକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଡେଙ୍ଗୁରେ ଭଳି ଏହି ଇନ୍‌ଫ୍ଲୁଏନ୍‌ଜା ଭାଇରସର ବିଭିନ୍ନ ସେରୋ ଟାଇପ୍‌ ଦେଖିବାକୁ ମିଳିଛି । ଇନ୍‌ଫ୍ଲୁଏନ୍‌ଜା-ଏ, ଇନ୍‌ଫ୍ଲୁଏନ୍‌ଜା-ବି, ଇନ୍‌ଫ୍ଲୁଏନ୍‌ଜା-ସି, ଇନ୍‌ଫ୍ଲୁଏନ୍‌ଜା-ଡି, ଏଚ୍‌-୩ ଏନ୍‌-୧, ଏଚ୍‌-୩ ଏନ୍‌-୨ ଆଦି ଷ୍ଟ୍ରେନ୍‌ ଦେଖିବାକୁ ମଳିଛି । ସବୁ ବର୍ଷ ଏହି ସମୟରେ ଫ୍ଲୁ ହୋଇଥାଏ । ଚଳିତ ବର୍ଷ କିନ୍ତୁ ଏହାର ପ୍ରାର୍ଦୁଭାବ ବହୁ ଅଧିକ ରହିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଇନ୍‌ଫ୍ଲୁଏନ୍‌ଜା ଷ୍ଟ୍ରେନ ରୂପ ପରିବର୍ତ୍ତନ କରୁଥିବାରୁ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ।

ଏହାବ୍ୟତୀତ ଚଳିତ ବର୍ଷ ଆଖି ଦୃଶିଆ ସଂକ୍ରମଣର ଅନ୍ୟ କାରଣ ଗୁଡିକ ହେଲା, କୋଭିଡ୍‌ ପରେ ଲୋକଙ୍କ ଭିତରେ ସଚେତନତା ବଢ଼ିଛି । ସାଧାରଣ ଥଣ୍ଡା ଜ୍ୱର ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ଲୋକେ । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ରା ବଢ଼ିଛି ବୋଲି ଜଣାପଡ଼ୁଛି । କୋଭିଡ ସମୟରେ ଲୋକମାନେ ମାସ୍କ ପିନ୍ଧୁଥିଲେ । ବର୍ତ୍ତମାନ ଆଉ ପିନ୍ଧୁ ନାହାନ୍ତି । ଯାହାଫଳରେ ଲୋକେ ଖୁବ ଶିଘ୍ର ସଂକ୍ରମିତ ହେଉଛନ୍ତି । ଥଣ୍ଡା ଜ୍ୱର ବା କାଶ ନିର୍ଦ୍ଧାରିତ ସମୟରେ ଭଲ ନହେବାର ଅନ୍ୟତମ ପ୍ରମୁଖ କାରଣଟି ହେଲା ଯେଉଁମାନେ ଅତି ମାତ୍ରାରେ ଆଣ୍ଟିବାୟୋଟିକ୍‌ ଖାଇଛନ୍ତି, ସେମାନଙ୍କ କ୍ଷେତ୍ରରେ ସାଧାରଣ ଆଣ୍ଟିବାୟୋଟିକ ଆଉ କାମ କରୁନାହିଁ । ଏହି ଫ୍ଲୁ’ରୁ ବର୍ତ୍ତିବା ପାଇଁ ପ୍ରତିଷେଧମୂଳକ ଫ୍ଲୁୂ ସଟ୍‌ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆରଏମ୍‌ଆରସି ଗବେଷକ ଶ୍ରୀକାନ୍ତ କାନୁନ୍‌ଗୋ କହିଛନ୍ତି, ବର୍ତ୍ତମାନ ଭାଇରାଲ ଫିଭର ବଢ଼ିଛି । କାରଣ ବାୟୁମଣ୍ଡଳରେ ଭୂତାଣୁର୍‌ ମାତ୍ରା ବଢ଼ିଛି । ପ୍ରତି ୩ରୁ ୪ ବର୍ଷ ଭିତରେ ଫ୍ଲୁ ଭାଇରସ ରିସାଇକ୍ଲିଂଂ କରିଥାନ୍ତି । ବର୍ତ୍ତମାନ ଭାଇରସ୍‌ର ଜିନ୍‌ରେ ପରିବର୍ତ୍ତନ ହେଇଛି । ଏଚ୍‌-୧ ଏଚ୍‌-୫ ପୂର୍ବରୁ ଆସିଥିଲା । ଏବେ ଏହା ଏଚ୍‌-୩ ଓ ଏନ୍‌-୨ରେ ରୂପାନ୍ତରିତ ହୋଇଛି । କୋଭିଡ୍‌ ସମୟରେ ଏହାର ପ୍ରଭାବ ନଥିଲା । ହେଲେ ଏବେ ଏହାର ପାଦୁର୍ଭାବ ବଢ଼ିଛି ।
ଏମ୍‌ସ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ଦାସ କହିଛନ୍ତି, ଥଣ୍ଡା, କାଶ, ଜ୍ୱର ଓ ମୁଣ୍ଡ ବିନ୍ଧା ଔଷଧ ଖାଇଲେ ବି ଭଲ ହେଉନି । ପୂର୍ବରୁ ଏଭଳି କେବେ ଦେଖା ଯାଇନଥିଲା । କୋଭିଡ୍‌ ପରେ ଏବେ ନୂଆ ନୂଆ ଭୂତାଣୁ ଦେଖା ଯାଉଛନ୍ତି । ଏମାନଙ୍କ ଉପରେ ଔଷଧ ଧିରେ ଧିରେ କାମ କରୁଛି । ଶ୍ୱାସନଳୀରେ ସଂକ୍ରମଣ ରହୁଛି । ତେଣୁ ଏହା ଉପରେ ଗବେଷଣା ହେବା ଉଚିତ ହୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର