PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସିନେମା ହଲରେ ଛାତ୍ରୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ ଗଲା ଅଭିଯୁକ୍ତ

source:www.esakal.com

ଭୁବନେଶ୍ୱର,୨୯ା୧(ବ୍ୟୁରୋ): କେଶରୀ ସିନେମା ହଲ୍‌ରେ ଓୟୁଏଟି ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ଯୁବକ ଡୁମୁଡୁମାର ସୁଜନ ସାହୁ (୨୬)ଆଜି ଜେଲ୍‌ ଯାଇଛି । ପୁଲିସ ଆଜି ତାଙ୍କୁ କୋର୍ଟଚାଲଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।   ସୂଚନାଯୋଗ୍ୟ, ଗତକାଲି ରାତି ୯ଟାରେ ସିନେମା ଦେଖିବାକୁ ଯାଇଥିବା ଓୟୁଏଟିର ୩ ଛାତ୍ରୀଙ୍କ ସ୍କୁଟି ସହ ନିଜ ବାଇକ୍‌କୁ ଜାଣିଶୁଣି ଧକ୍କା କରିଥିଲେ ସୁଜନ । ଛାତ୍ରୀମାନେ ତାଙ୍କୁ ଗାଳି କରିବାରୁ ସୁଜନ ରାଗିଯାଇ ସେମାନଙ୍କୁ ଆକ୍ରମଣ କରିଥିଲେ । ଅଣ୍ଟାରୁ ବେଲ୍ଟ କାଢ଼ି ଅତି ଅମାନୁଷିକ ଭାବେ ଛାତ୍ରୀମାନଙ୍କୁ ପିଟିଥିଲେ । ଜଣେ ଛାତ୍ରୀଙ୍କ ବେକ, ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପୁଲିସ ସୁଜନ ବିରୋଧରେ କେସ୍‌ ନମ୍ବର ୩୧/୧୯ରେ ଦଫା ୨୯୪, ୩୪, ୩୨୩, ୩୫୪,୫୦୬ ଆଇପିସିରେ ମାମଲା ରୁଜୁ କରିଥିଲା ।