ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କୁ ଟିପ୍ପଣୀ ମାମଲା: ବିଜୟ ଶାହଙ୍କ କ୍ଷମା ଆବେଦନକୁ ସୁପ୍ରିମକୋର୍ଟଙ୍କ ମିଳିଲାନି ମଞ୍ଜୁରୀ, SIT କରିବ ଯାଞ୍ଚ

Published By : Harapriya Biswal | May 19, 2025 3:33 PM

ନୂଆଦିଲ୍ଲୀ,୧୯।୫: ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ମଧ୍ୟପ୍ରଦେଶର ମନ୍ତ୍ରୀ କୁଁୱାର ବିଜୟ ଶାହଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସୋମବାର ସୁପ୍ରିମକୋର୍ଟ ଏହି ମାମଲାରେ ଆଇପିଏସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ ଶାହାଙ୍କ ଆବେଦନ ଉପରେ ଖଣ୍ଡପୀଠ ମଧ୍ୟ ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ସୁପ୍ରିମକୋର୍ଟରେ କର୍ଣ୍ଣେଲ ସୋଫିଆଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ। ଏହି ମାମଲାରେ ଖଣ୍ଡପୀଠ ବିଜୟ ଶାହଙ୍କ ଓକିଲଙ୍କୁ ପଚାରିଥିଲେ ଯେ ହାଇକୋର୍ଟ ଏକ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ଏହା ପରେ ଏହି ମାମଲାରେ କ’ଣ ଘଟିଲା? କୌଣସି ତଦନ୍ତ ହୋଇଛି କି? ସେ ଏହା ମଧ୍ୟ ପଚାରିଲେ ଯେ ତୁମେ କଣ କ୍ଷମା ମାଗିଛ? ଏହା ଉପରେ ବିଜୟ ଶାହଙ୍କ ଓକିଲ କହିଛନ୍ତି ଯେ ସେ କ୍ଷମା ମାଗିଛନ୍ତି।

ଏହାପରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ପଚାରିଥିଲେ ଆପଣ କିଭଳି କ୍ଷମା ମାଗିଛନ୍ତି। ବହୁବାର ଲୋକ ଫଳାଫଳରୁ ବଞ୍ଚିବା ପାଇଁ କ୍ଷମା ମାଗୁଥିବାର ଦେଖାଣିଆ କରନ୍ତି। ଆମେ ଜାଣିବାକୁ ଚାହୁଁଛୁ ଆପଣ କିଭଳି କ୍ଷମା ମାଗିଲେ। କୋର୍ଟ ମଧ୍ୟ ପ୍ରଦେଶ ବାହାରର ତିନି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସ୍ବତନ୍ତ୍ର ତଦନ୍ତକାରୀ କମିଟି(ଏସ୍‌ଆଇଟି) ଘଠନ କରିବାକୁ କହିଛନ୍ତି। ଏହା ସହ କୋର୍ଟ ମଧ୍ୟ ପ୍ରଦେଶ ସରକାରଙ୍କୁ ଏହି ମାମଲାରେ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲା ଉପରେ ମଧ୍ୟ ନଜର ରଖିବେ। ଏହା ସହ ସେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। କୋର୍ଟଙ୍କୁ ଏହି ମାମଲାରେ ୨୮ ମଇ ପର୍ଯ୍ୟନ୍ତ ଷ୍ଟାଟସ୍ ରିପୋର୍ଟ ଜମା କରିବାକୁ କୁହାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.