ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଷ୍ଟେସନରୁ ହଟିବ ସେମାଫୋର ସାଙ୍କେତିକ ପ୍ରଣାଳୀ, ଆଜି ତୁରେଇକେଲା ରୋଡ ଷ୍ଟେସନ୍‌ରୁ ହଟିବ, ପ୍ରଚଳିତ ହେବ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ରେଳ ବିଭାଗରେ ଆଉ ଦେଖା ଯିବନି ହାତ ଭଳି ଦୃଶ୍ୟମାନ ସାଙ୍କେତିକ ପ୍ରଣାଳୀ । ଏହି ଯାନ୍ତ୍ରିକ ସାଂକେତିକ ପ୍ରଣାଳୀକୁ ସେମାଫୋର ସଂକେତ କୁହାଯାଏ । ପୂର୍ବତଟ ରେଳପଥର ତୁରେଇକେଲା ରୋଡ ଷ୍ଟେସନ୍‌ରୁ ସେମାଫୋର ପ୍ରଣାଳୀକୁ ଅପସାରଣ କରି ନୂଆ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀର ପ୍ରଚଳନ କରିବ । ରେଳପଥର ଶେଷ ସେମାଫୋର ସାଙ୍କେତିକ ପ୍ରଣାଳୀ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିକଟସ୍ଥ ତୁରେଇକେଲା ରୋଡ ଷ୍ଟେସନ୍‌ରେ ରହିଛି । ଏହି ପ୍ରଣାଳୀକୁ ଆସନ୍ତାକାଲି ଅପସାରଣ କରାଯାଇ ନୂତନ ସାଙ୍କେତିକ ପ୍ରଣାଳୀ ଲଗାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଗତବର୍ଷ ପୂର୍ବତଟ ରେଳପଥ ଏହାର ୮ଟି ଷ୍ଟେସନ୍‌ରୁ ସେମାଫୋର୍‌ ସାଙ୍କେତିକ ପ୍ରଣାଳୀ ଅପସାରଣ କରାଇ ବହୁମୁଖୀ ରଙ୍ଗୀନ ଆଲୋକ ସାଙ୍କେତିକ ବ୍ୟବସ୍ଥା ପ୍ରଚଳନ କରିଛି । ଏହି ନୂଆ ସାଙ୍କେତିକ ବ୍ୟବସ୍ଥା ବହୁ ବ୍ୟବଧାନରୁ ଟ୍ରେନ୍‌ ଚାଳକଙ୍କୁ ଦୃଶ୍ୟମାନ ହେଉଥିବା ଯୋଗୁଁ ସୁରକ୍ଷା ଓ ଟ୍ରେନ ପରିଚାଳନା କ୍ଷେତ୍ରରେ ଏହା ସହୟକ ହୋଇଥାଏ । ଏହା ସହ ବିଦ୍ୟୁତ ସର୍କିଟ୍‌ ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଏବଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ୍ୟ ତ୍ରୁଟି ବିଷୟରେ ଅବଗତ କରାଇଥାଏ । ଏହି ବହୁମୁଖୀ ରଙ୍ଗୀନ ସାଙ୍କେତିକ ଆଲୋକ ପ୍ରଣାଳୀ ଦ୍ୱାରା ଜଙ୍କସନ୍‌ ରୁଟ୍‌ ବା ମାର୍ଗ ପରିବର୍ତ୍ତନରେ ସହଜସାଧ୍ୟ ହୋଇଥାଏ । ଫଳରେ ଟ୍ରେନ୍‌ ଚାଳକ ସ୍ଥାନ ସମ୍ବନ୍ଧରେ ସଠିକ ଧାରଣା ପାଇପାରନ୍ତି ।

Copyright © 2022 - Summa Real Media Private Limited. All Rights Reserved.