ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ବିପଦ ସଙ୍କେତ ଉପରେ ବୈତରଣୀ : ଯାଜପୁର ବ୍ଲକର ବହୁ  ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର, ୧୫।୮ ଯାଜପୁର ଜିଲାରେ ପ୍ରବାହିତ ହେଉଥିବା ବୈତରଣୀ ର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଯାଜପୁର, ଦଶରଥପୁର ଏବଂ ଯାଜପୁର ବ୍ଲକ ପ୍ରଭାବିତ ହୋଇଛି। ବିଶେଷକରି ଦଶରଥପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି। ଅନ୍ୟପଟେ ଯାଜପୁର ବ୍ଲକ ର ଅନେକ ଅଞ୍ଚଳ ରେ ବନ୍ୟା  ପାଣି ଆସିଯିବାରୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି  ସେପଟରେ ଉଭୟ ବର୍ଷା ଓ ବନ୍ୟା କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ।

ବୈତରଣୀ ନଦୀର ଜଳସ୍ତର  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସ୍ଥିର ରହିଛି । ଉପର ମୁଣ୍ଡରେ ଆନନ୍ଦପୁରରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଆଖୁଆପଦା ଠାରେ  ସୋମବାର ମଧ୍ୟାହ୍ନ ସୁଦ୍ଧା ୧୮. ୭୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ମାତ୍ର ଆଗକୁ ଆଉ ଏକ ଲଘୁଚାପ ଘନୀଭୁତ ହେଉଥିଵାରୁ ନଦୀର ଜଳସ୍ତର ଆହୁରି ବଢିବାର ଆଶଙ୍କା ରହିଛି । ପୁନର୍ବାର ବୈତରଣୀ ନଦୀରେ ଜଳସ୍ତରରେ ବୃଦ୍ଧି ହେଲେ  ଯାଜପୁର, ଦଶରଥପୁର ଓ କୋରେଇ ବ୍ଲକ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଯାଜପୁର ବ୍ଲକରେ ପ୍ରବାହିତ ଏହାର ଶାଖାନଦୀ ବୁଢା ଓ ଦଶରଥପୁରରେ ଶାଖା କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ବଢିବା ର ଲାଗିଛି। ଯାହା ଦ୍ୱାରା ଯାଜପୁର ବ୍ଲକ ର କେତେକ ଅଞ୍ଚଳ ଏବେ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ଯାଜପୁର ବ୍ଳକର ଶିମିଳିଆ ପଞ୍ଚାୟତର ଓଳେଇ ପଡା ଗାଁ ଯୋଗା ଯୋଗ ରୁ ବିଚ୍ଛିନ୍ନ ହୋଇଛି ।ସେପଟରେ ଅଚାନକ ପାଣି ମାଡ଼ି ଆସିଥିବାରୁ ଉଚ୍ଚ ସ୍ଥାନକୁ ଯାଇ ପାରି ନଥିବା ସ୍ଥାନୀୟ ଲୋକେ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.