ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିଂଙ୍କ ପୁଅ ମାନବେନ୍ଦ୍ର ସିଂ ଜସୋଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ; ପତ୍ନୀ ମୃତ, ପୁଅ ସମେତ ୩ ଗୁରୁତର…

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ କଂଗ୍ରେସ ନେତା ମାନବେନ୍ଦ୍ର ସିଂ ଜସୋଲଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ କଂଗ୍ରେସ ନେତା ମାନବେନ୍ଦ୍ର ସିଂ ଜସୋଲଙ୍କ ପତ୍ନୀ ଚିତ୍ରା ସିଂଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାନବେନ୍ଦ୍ର ସିଂ ଜସୋଲ, ତାଙ୍କ ପୁଅ ସମେତ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାଥାଉକି, ମାନବେନ୍ଦ୍ର ସିଂ ଜସୋଲ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜସୱନ୍ତ ସିଂଙ୍କ ପୁଅ । ସେ ଦୀର୍ଘ ଦିନ ଧରି ବିଜେପିରେ ଥିଲେ । କିନ୍ତୁ ୨୦୧୮ ରେ କଂଗ୍ରେସରେ ଯୋଗ ଦେଇଥିଲେ । 

ମିଳିଥିବା ସୂଚନା ଅନୁଯାୟୀ, ଅଲୱାର ଜିଲ୍ଲାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଖୁସପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ମାନବେନ୍ଦ୍ର ସିଂ ଜସୋଲ ଗୁରୁତର ଆହତ ହୋଇଥିବା ଜଣାପଡିଛି । 



ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମାନବେନ୍ଦ୍ର ସିଂ ଜସୋଲ ତାଙ୍କ ପରିବାର ସହିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଇ ଯାଉଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ କାର ଡିଭାଇଡର୍ ସହିତ ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି । ଦୁର୍ଘଟଣାରେ ଆହତ ହୋଇଥିବା କଂଗ୍ରେସ ନେତା ମାନବେନ୍ଦ୍ର ସିଂ ଜସୋଲ, ତାଙ୍କ ପୁଅ ସୋଲଙ୍କି ସିଂ ଏବଂ ଡ୍ରାଇଭର ଆଲୱାରର ସୋଲାଙ୍କି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.