PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ , ପଶ୍ଚିମ ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଭାଷଣ ଦେଇଥିବା ବେଳେ ଛୁରାମାଡ଼ , ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : ସ୍ୱାଧିନତା ଦିବସ ପୂର୍ବରୁ ୟୁପି ଏଟିଏସ୍‌କୁ ବଡ଼ ସଫଳତା । ସହାରନପୁରରୁ ଦୁଇ ଆତଙ୍କବାଦୀଙ୍କୁ କଲା ଗିରଫ । ସ୍ୱାଧିନତା ଦିବସରେ ବଡ଼ ହମଲା କରିବାର ଯୋଜନା କରୁଥିଲେ
  • ||
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଚୀନର ଗୁମର ଖୋଲିବ ଏହି ପ୍ରମୁଖ ଦାବି : ଉହାନ୍‌ ଲ୍ୟାବ୍‌ରୁ ହିଁ ପ୍ରସ୍ତୁତ ହୋଇଛି ଭାଇରସ୍‌ , ସ୍ୱତନ୍ତ୍ର ଫିଙ୍ଗର ପ୍ରିଣ୍ଟ ବି ମିଳିଲା

www.livehindustan.com

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ସନ୍ଦେହ ଘେରକୁ ଆସିଥିବା ଚୀନ୍‌ର ସତ ଖୁବ୍‌ ଶୀଘ୍ର ସାମନାକୁ ଆସିବାକୁ ଯାଉଛି । କରୋନାର ଉତ୍ପତ୍ତିର ନୂଆ ତାଜା ଯାଞ୍ଚକୁ ନେଇ ଆମେରିକା-ବ୍ରିଟେନ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ଚାପ ପକାଉଛନ୍ତି । ଏହି ଭିତରେ ଏକ ଏମିତି ସମ୍ୱେଦନଶୀଳ ଦାବି କରାଯାଉଛି , ଯାହା ଚୀନ୍‌ର ଗୁମରର ପର୍ଦାଫାସ୍‌ କରିବାକୁ ଯାଉଛି । ଏକ ନୂଆ ଅଧ୍ୟୟନରେ ଦାବି କରାଯାଉଛି କି କରୋନା ପ୍ରାକୃତିକ ରୂପେ ସୃଷ୍ଟି ହୋଇନାହିଁ , ଏହାକୁ ଉହାନ ଲ୍ୟାବ୍‌ରୁ ହିଁ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଡେଲି ମେଲ୍‌ର ଖବର ମୁତାବକ, ଏକ ନୂଆ ଷ୍ଟଡିରେ ଏହି ଦାବି କରାଯାଇଛି କି, ଚୀନ୍‌ ବୈଜ୍ଞାନିକମାନେ ଉହାନ ଲ୍ୟାବ୍‌ରେ ହିଁ କୋଭିଡ୍‌-୧୯କୁ ପ୍ରସ୍ତୁତ କରିଛନ୍ତି ଏବଂ ପୁଣି ଏହାପରେ ଏହି ଭାଇରସ୍‌କୁ ରିଭର୍ସ-ଇଂଜିନିୟରିଂ ଭର୍ସନରେ ଏହାକୁ କଭର କରିବାକୁ ଚେଷ୍ଟା କରିଛନ୍ତି , ଏଥିରୁ ଏହା ଲାଗୁଛି କି କରୋନା ଭାଇରସ୍‌ ବାଦୁଡ଼ି ଠାରୁ ପ୍ରାକୃତିକ ରୂପେ ବିକଶିତ ହୋଇଛି ।

କିଏ ଏହି ଦାବି କରୁଛନ୍ତି ଜାଣନ୍ତୁ …

ବ୍ରିଟିଶ୍ ପ୍ରଫେସର ଏଙ୍ଗସ୍‌ ଡଲଗଲିସ୍‌ ଓ ନରୱେର ବୈଜ୍ଞାନିକ ଡା ବିର୍ଗର ସୋରେନସେନ ଏକାଠି ମିଶି ଏହି ଅଧ୍ୟୟନ କରିଛନ୍ତି ।  ଉଭୟ ଏହି ଷ୍ଟଡିରେ କହିଛନ୍ତି କି ତାଙ୍କ ପାଖରେ ଏକ ବର୍ଷରୁ ଅଧିକ ସମୟ ହେବ ଚୀନରେ କରୋନା ଭାଇରସ୍‌ ଉପରେ ରେଟ୍ରୋ-ଇଂଜିନିୟରିଂର ପ୍ରମାଣ ଅଛି। ହେଲେ ତାଙ୍କର ଏହି ଷ୍ଟଡିକୁ ଅନେକ ଏକାଡେମିକ ଓ ପ୍ରମୁଖ ଜର୍ନଲ ଅଣଦେଖା କରିଦେଇଛନ୍ତି । ସୂଚନା ଯେ, ପ୍ରଫେସର ଡଲ୍‌ଗଲିସ୍‌ ଲଣ୍ଡନରେ ସେଣ୍ଟ ଜର୍ଜ ୟୁନିଭର୍ସିଟିରେ କ୍ୟାନସର ବାଜ୍ଞାନର ପ୍ରଫେସର ଅଛନ୍ତି ଏବଂ ତାଙ୍କୁ ଏଚ୍‌ଆଇଭି ଭାକ୍‌ସିନ୍‌ ତିଆରି କରିବାରେ ସମସ୍ତେ ଜାଣନ୍ତି । ନରୱେର  ବୈଜ୍ଞାନିକ  ଡା. ସୋରେନସେନନ ଜଣେ ମହାମାରୀ ବିଶେଷଜ୍ଞ ଏବଂ ଇମ୍ୟୁନର କମ୍ପାନୀର ଅଧ୍ୟକ୍ଷ, ଯିଏ କରୋନା ଭାକ୍‌ସିନ୍‌ ପ୍ରସ୍ତୁତ କରୁଛନ୍ତି ,ଏହାର ନାମ ବାୟୋଭେକ୍‌-୧୯ । ଉକ୍ତ କମ୍ପାନୀରେ ତାଙ୍କର ସେୟାର ବି ରହିଛି ।  

ଏହି ଷ୍ଟଡିରେ ଚୀନ୍‌ ଉପରେ ସମ୍ୱେଦନଶୀଳ  ଓ ଆଶ୍ଚର୍ଯ୍ୟ କରିବା ଭଳି ଅଭିଯୋଗ ହୋଇଛି । ଦାବି କରାଯାଇଛି କି ଚୀନ୍‌ର ଉହାନ ଲ୍ୟାବ୍‌ରେ ଜାଣିଶୁଣି ପ୍ରୟୋଗ ସହ ଜଡ଼ିତ ଡାଟାକୁ ନଷ୍ଟ କରାଯାଇଛି , ଲୁଚା ଯାଇଛି । ଆଉ ମଧ୍ୟ କୁହାଯାଇଛି , ଯେଉଁ ବୈଜ୍ଞାନିକମାନେ ଏହାକୁ ନେଇ ନିଜର ସ୍ୱର ଉଠାଇଛନ୍ତି , ତାଙ୍କୁ କମ୍ୟୁନିଷ୍ଟ ଦେଶ ଚୀନ୍‌ ଚୁପ୍‌ କରାଇ ଦେଇଛି ବା କେଉଁଠି ଲୁଚାଇ ଦେଇଛି । କୁହାଯାଉଛି ଆସନ୍ତା ଦିନରେ ଏହି ଅଧ୍ୟୟନକୁ ନିଶ୍ଚୟ ପ୍ରକାଶିତ କରାଯିବ ।