ବାଲକୋନୀରେ ଝଗଡ଼ା ଲାଗୁଥିଲେ ସ୍ବାମୀ-ସ୍ତ୍ରୀ, ହଠାତ୍ ଭାଙ୍ଗିଗଲା ରେଲିଂ; ତାପରେ..

Navbharat Times
ନୂଆଦିଲ୍ଲୀ: ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ବହୁବାର ଝଗଡ଼ା ଭୟଙ୍କର ରୂପ ନେଇଥାଏ। ଯାହା ଅନ୍ୟ ଦମ୍ପତ୍ତିଙ୍କ ପାଇଁ ମଧ୍ୟ ଏକ ଶିକ୍ଷା ହୋଇଥାଏ। ଋଷର ସେଣ୍ଟ ପିଟର୍ସବର୍ଗରେ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାହା ଏତେ ଭୟଙ୍କର ହୋଇଥିଲା ଯେ, ବାଲକୋନୀରେ ଉଭୟ ଉଭୟଙ୍କୁ ପିଟାମରା ମଧ୍ୟ କରିଥିଲେ। ତାପରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେକିହିବି ଦେଖି ଚକିତ ହୋଇଯିବେ।
ମିରରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେଣ୍ଟ ପିଟର୍ସବର୍ଗରେ ଥିବା ଏକ କୋଠାର ଦ୍ବତୀୟ ଫ୍ଲୋରରେ ସ୍ବାମୀ ସ୍ତ୍ରୀ ବସବାସ କରନ୍ତି। ହେଲେ ଅଚାନକ ଦିନେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ, ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ପିଟାପିଟି କରିଥିଲେ। ଦୁଇଜଣ ମାଡ଼ ଗୋଳି ଲାଗି ଲାଗି ବାଲକୋନିକୁ ପଳାଇ ଆସିଥିଲେ।
ପରେ ବାଲୋକନିରେ ମଧ୍ୟ ଉଭୟେ ପିଟାମରା ହୋଇଥିଲେ। ଏପରି ମାଡ଼ଗୋଳି ଲାଗିଥିଲେ ଯେ, ବାଲକୋନିର ରେଲିଂ ମଧ୍ୟ ଭାଙ୍ଗି ଯାଇଥିଲା। ଯାହାପରେ ସ୍ବାମୀ-ସ୍ତ୍ରୀ ବାଲକୋନୀରୁ ୨୫ ଫୁଟ୍ ତଳେ ଯାଇ ପଡ଼ିଥିଲେ। ଏଭଳି ଘଟଣା ଦେଖି ସ୍ଥାନୀୟ ଅଞ୍ଚଳରେ ଥିବା ଲୋକମାନେ ଯାଇ ଉଠେଇବା ସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରାଇଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଅନ୍ୟପଟେ ଦମ୍ପତ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ।