PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଆମେ ମରି ଯାଇଥାନ୍ତୁ… ​ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ବାଂଲାଦେଶୀ କ୍ରିକେଟର କହିଲେ ଯାତ୍ରା ସମୟର ଭୟଙ୍କର ଘଟଣା

ନୂଆଦିଲ୍ଲୀ,୨।୭: ବାଂଲାଦେଶ କ୍ରିକେଟ ଟିମ୍‌ ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଛି। ଆୟୋଜକ ଦେଶରେ ଟେଷ୍ଟ ସିରିଜ ହରାଇବା ପରେ ଏବେ ଟକ୍କର ଟି-୨୦ର ହେବାର ଅଛି। ୨ ଜୁଲାଇରେ ପ୍ରଥମ ଟି-୨୦ ଡୋମିନିକାରେ ଖେଳାଯିବାର ଅଛି, କିନ୍ତୁ ଏହି ମୁକାବିଲ ପୂର୍ବରୁ ବାଂଲାଦେଶର ଟିମ୍ ସମୁଦ୍ର ବାଟ ଦେଇ ସେଣ୍ଟ ଲୁସିୟାହରୁ ଡୋମିନିକା ପହଁଞ୍ଚିଥିଲା। ଏହି ୫ଘଣ୍ଟା ଯାତ୍ରା ବାଂଲାଦେଶୀ ଖେଳାଳିଙ୍କ ପାଇଁ କେବେ  ଭୁଲି ନପାରିବା ଭଳି ଅନୁଭବ ଥିଲା, କାରଣ ଏହା ପୂର୍ବରୁ କୌଣସି ବାଂଲାଦେଶୀ ଖେଳାଳି ଫେରୀ (ଏକ ବୋଟ୍‌ ଯାହାଦ୍ବାରା ସମୁଦ୍ରରେ ଯାତ୍ରୀ ଓ ବାହାନ ନେବା ଆଣିବା କରାଯାଏ)ରେ କେବେ ଏତେ ଲମ୍ବା ବାଟ ଯାତ୍ରା କରିନଥିଲେ। ଏଭଳି ସ୍ଥିତିରେ ଯେତେବେଳେ ଖେଳାଳିମାନେ ଡୋମିନିକା ପହଁଞ୍ଚିଥିଲେ ତାଙ୍କ ଭିତରୁ ଅଧିକାଂଶ ଖେଳାଳିଙ୍କ ଦେହ ଖରାପ ହୋଇଯାଇଥିଲା। କିଛି ଖେଳାଳି ରାସ୍ତା ସାରା କେବଳ ବାନ୍ତି କରି ଚାଲିଥିଲେ।

ବାଂଲାଦେଶୀ ନ୍ୟୁଜପେପର ‘ପ୍ରୋଥମ୍ ଅଲୋ’ର ସୂଚନା ଅନୁସାରେ, ଯେତେବେଳେ ଫେରୀ ସମୁଦ୍ର ଭିତରେ ପହଁଞ୍ଚିଥିଲା ତାକୁ ଉଚ୍ଚ ଲହରୀର ସାମନା କରିବାକୁ ପଡିଥିଲା। ବାଂଲାଦେଶୀ ଟିମ୍ ଯେଉଁ ଫେରୀରେ ଥିଲା, ତାହା ବହୁତ ବଡ ନଥିଲା। ଏଭଳି ସ୍ତିତିରେ ୬-୭ ଫୁଟ୍ ଉଚ୍ଚ ଲହରୀରେ ଫେରୀ ମଝି ସମୁଦ୍ରରେ ଦୋହଲିଥିଲା। ଏହି କାରଣରୁ ଖେଳାଳିଙ୍କୁ ବାନ୍ତି ହୋଇଥିଲା। ଦୃତ ବୋଲର ଓ ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ନଫିସ୍ ଇକବାଲଙ୍କ ଦେହ ସବୁଠାରୁ ଅଧକ ଖରାପ ହୋଇ ଯାଇଥିଲା। ଦୁହେଁ ଏହି ଯାତ୍ରା ବେଳେ ବହୁବାର ବାନ୍ତି କରିଥିଲେ।

କେବଳ ବାଂଲାଦେଶ ନୁହେଁ, ଓ୍ବେଷ୍ଟ ଇଣ୍ଡିଜ ଖେଳାଳିମାନେ ମଧ୍ୟ କେବେ ଏଭଳି ଗୋଟିଏ ଦ୍ବୀପରୁ ଅନ୍ୟ ଦ୍ବୀପକୁ ଫେରୀରେ ଯାତ୍ରା କରିନଥିଲେ। ଜଣେ ବାଂଲାଦେଶୀ କ୍ରିକେଟର କହିଛନ୍ତି, ଏଭଳି ଏକ ସମୟ ଆସିଥିଲା ଲାଗୁଥିଲା ଆମେ ମରିଯିବୁ। ଏହି ଯାତ୍ରାରେ ଆମେ ଅସୁସ୍ଥ ହୋଇପାରିଥାନ୍ତୁ କିମ୍ବା ମରିଯାଇଥାନ୍ତୁ। ତାଙ୍କୁ(ଓ୍ବେଷ୍ଟଇଣ୍ଡିଜ) କିଛି ହୋଇନଥାନ୍ତା। ଏଭଳି ଅନୁଭବ ପ୍ରଥମ ଥରର ଥିଲା। ଆମର କୌଣସି ଖେଳାଳି କେବେ ଏଭଳି ଯାତ୍ରା କରିନଥିଲୁ।’ ଉଲ୍ଲେଖନୀୟ ଯେ, ବାଂଲାଦେଶ ଓ ଓ୍ବେଷ୍ଟ ଇଣ୍ଡିଜ୍ ଭିତରେ ଶନିବାର (୨ ଜୁଲାଇ)ରୁ ୩ଟି ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଡୋମିନିକା ଓ ତୃତୀୟ ଗୟାନାରେ ଖେଳାଯିବ।