ନିର୍ବାଚନ ଖବର
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା

ଭୁବନେଶ୍ୱର,୧୩/୦୫: ମେ ୧୫ରୁ  ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) ୟୁଜି ।  ରବିବାରଠୁ ୱେବ୍‌ସାଇଟ୍‌ରେ ଉପଲବ୍ଧ  ହୋଇଛି ଆଡମିଟ୍‌ କାର୍ଡ । ଏନେଇ ନ୍ୟାସନାଲ୍‌ ଟେଷ୍ଟିଂ  ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ  ସୂଚନା ମିଳିଛି । ଗତ ୬ ତାରିଖରେ ଏନ୍‌ଟିଏ ପକ୍ଷରୁ ସମ୍ପୂର୍ଣ୍ଣ  ପରୀକ୍ଷାସୂଚୀ ଜାରି କରାଯାଇଥିଲା ।  

ସୂଚନାଯୋଗ୍ୟ, ମେ ୧୫ରୁ ୨୪  ତାରିଖ ପର୍ଯ୍ୟନ୍ତ ସିୟୁଇଟି ୟୁଜି ପରୀକ୍ଷା  ହେବ । ତେବେ ୧୫, ୧୬, ୧୭ ଏବଂ  ୧୮ ତାରିଖରେ ପାଇଁ ପରୀକ୍ଷା କେନ୍ଦ୍ର ଜାରି  କରାଯାଇଛି । ଏହି ପରୀକ୍ଷା କେନ୍ଦ୍ରରେ  ପେନ୍‌ ଆଣ୍ଡ ପେପର ମୋଡ୍‌ରେ ପରୀକ୍ଷା  କରାଯିବ । ୨୧, ୨୨ ଏବଂ ୨୪ ତାରିଖରେ  କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ହେବ ।  ୬୩ଟି ପେପର ପାଇଁ ପରୀକ୍ଷା  ହେବ । ଆକାଉଣ୍ଟାନ୍ସି, ଅର୍ଥନୀତି,  ଫିଜିକ୍ସ, କମ୍ପ୍ୟୁଟର ସାଇନ୍ସ,  ଇନଫର୍ମେସନ ପ୍ରାକ୍ଟିସେସ୍‌,  କେମେଷ୍ଟ୍ରି, ଗଣିତ ଏବଂ ଜେନେରାଲ  ଟେଷ୍ଟର ସମୟସୀମା ୬୦ ମିନିଟ୍‌ ରହିବ ।  ଅନ୍ୟ ବାକି ସମସ୍ତ ବିଷୟର ପରୀକ୍ଷା ୪୫  ମିନିଟ୍‌ ହେବ । ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.in ରେ ଆଡମିଟ୍‌  କାର୍ଡ ଡାଉନ୍‌ଲୋଡ୍‌ର ସୁଯୋଗ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.