ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏସ୍‌ସିବିରେ ପ୍ରସ୍ତୁତି: ୨୪ ଘଣ୍ଟା ସଜାଗ ରହିବେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ...

Published By : Prameya | October 22, 2024 12:48 PM

କଟକ,୨୨/୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ଏସ୍‌ସିବି ମେଡିକାଲ୍‌କୁ ସଜାଗ କରାଯାଇଛି । ଜରୁରୀକାଳୀନ ସ୍ଥିତିର  ମୁକାବିଲା ପାଇଁ ଡାକ୍ତର, ନର୍ସିଂ ଷ୍ଟାଫ୍‌,  ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ଙ୍କ ସମେତ ସମସ୍ତ  ସ୍ୱାସ୍ଥ୍ୟ କର୍ମୀ ୨୪ ଘଣ୍ଟା ସଜାଗ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌  ରୁମ୍‌ ଖୋଲାଯାଇଛି । ବିଦ୍ୟୁତ ସରବରାହ,  ଜଳ ଯୋଗାଣ ଆଦିରେ ଯେପରି ବିଭ୍ରାଟ  ନହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।  

ବିକଳ୍ପ ପଦକ୍ଷେପ ସୂରୂପ ବିଭିନ୍ନ ୱାର୍ଡ,  ଆଉଟ୍‌ଡୋର, ଓଟି, ଆଶୁଚିକିତ୍ସା କେନ୍ଦ୍ର,  ନିଦାନ କେନ୍ଦ୍ର ଆଦିକୁ ସଂଯୋଗ ହୋଇଥିବା  ଡିଜି ସେଟ୍‌ଗୁଡ଼ିକୁ ପ୍ରସ୍ତୁତି ରଖିବାକୁ ଦାୟିତ୍ୱରେ  ଥିବା ଅଧିକାରୀମାନଙ୍କୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ  ଦେଇଛନ୍ତି । ହସ୍ପିଟାଲର ବିଭିନ୍ନ ୱାର୍ଡରେ  ଆବଶ୍ୟକ ମୁତାବକ ଔଷଧ, ଇଞ୍ଜେକସନ୍‌,  ହାଲୋଜେନ ବଟିକା, ସାଲାଇନ୍‌, ଓଆରଏସ୍‌  ମହଜୁଦ୍‌ ରଖିବାକୁ ମେଡିକାଲ ଷ୍ଟୋର୍‌  ଫାର୍ମାସୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ବାତ୍ୟା ମୁକାବିଲା ପାଇଁ ଏସ୍‌ସିବି ଅଧ୍ୟକ୍ଷ  ପ୍ରଫେସର ଡାକ୍ତର ଲୁସି ଦାସଙ୍କ ଅଧ୍ୟକ୍ଷତାରେ  ମେଡିକାଲ କଲେଜ୍‌ର ସମ୍ମିଳନୀ କକ୍ଷରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।  

ବାତ୍ୟା ସମୟରେ ସ୍ୱାସ୍ଥ୍ୟ ସେବାରେ ଯେପରି  କୌଣସି ବ୍ୟାହତ ନହେବ ସେଥିଲାଗି ବିଭିନ୍ନ  ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ଏନେଇ  ଆଲୋଚନା ହୋଇଥିଲା । ହସ୍ପିଟାଲରେ ୨୪  ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । କଣ୍ଟ୍ରୋଲ  ରୁମ ସହ ଯୋଗାଯୋଗ ଲାଗି ୦୬୭୧- ୨୪୨୨୦୩୨/୨୯୯୨୮୦୦ ନମ୍ବର ଜାରି  କରାଯାଇଛି । ଏଥିସହ ଆମ୍ୱୁଲାନ୍ସଗୁଡିକୁ ମଧ୍ୟ  ପ୍ରସ୍ତୁତ ରଖାଯାଇଛି । ରୋଗୀ, କାର୍ଯ୍ୟରତ ଡାକ୍ତର  ଓ ଅନ୍ୟ କର୍ମଚାରୀମାନଙ୍କ ଖାଦ୍ୟ ପାଇଁ ସ୍ୱତନ୍ତ୍ର  ବନ୍ଦୋବସ୍ତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି  ନିଆଯାଇଛି । 

ସେହିପରି ରୋଗୀ ସମ୍ପର୍କୀୟମାନେ  କିପରି ସୁରକ୍ଷିତ ରହିବେ ସେନେଇ ମଧ୍ୟ  ଆବଶ୍ୟକ ବ୍ୟବସ୍ଥା କରାଇବା ପାଇଁ ହସ୍ପିଟାଲ ମ୍ୟାନେଜରମାନଙ୍କୁ ନିର୍ଦେଶ ଦିଆଯାଇଛି ।  ବୈଠକରେ ଡାକ୍ତରଖାନା ପ୍ରଶାସନିକ  ଅଧିକାରୀ ଡ. ଅବିନାଶ ରାଉତଙ୍କ ସମେତ  ସମସ୍ତ ବିଭାଗୀୟ ମୁଖ୍ୟ, ହସ୍ପିଟାଲ ମ୍ୟାନେଜର,  ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍‌, ମେଡିକାଲ ଷ୍ଟୋର  ଅଫିସରଙ୍କ ସମେତ ପୂର୍ତ୍ତ, ଜିଇଡି ଅଧିକାରୀଙ୍କ  ସହ ଆଉଟ୍‌ସୋର୍ସିଂ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ  ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.